BMC ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ, ଅନ୍ୟଜଣେ ଡାକ୍ତରଖାନାରେ ଭର୍ତ୍ତି

ଭୁବନେଶ୍ୱର, ୩୦/୧୧: ପୁଣି BMC ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଏଥିସହିତ ଅନ୍ୟଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଆହତ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ମୃତ ମହିଳା ଓ ଯୁବକଙ୍କ ପରିଚୟ ମିଳିପାରି ନାହିଁ । ତେବେ ଏହି ଅଭାବନୀୟ ଘଟଣା ଭିଏସଏସ ନଗର ରଙ୍ଗମାଟିଆ ଡମ୍ପିଂୟାର୍ଡ ନିକଟରେ ଘଟିଥିବା ଜଣାପଡ଼ିଛି ।

Spread the love