ଚାଲିଲାନି ମୋ ସାଇକେଲ ! ସାଧାରଣ ଲୋକ, ଛାତ୍ରଛାତ୍ରୀ ଓ ଯୁବକ ଯୁବତୀଙ୍କୁ ବାଣ୍ଟିଦେବ ବିଏମସି

ସାଧାରଣ ଲୋକଙ୍କୁ ସାଇକେଲ ବାଣ୍ଟିବ ବିଏମସି। ଭୁବନେଶ୍ୱରରେ ଥିବା ମୋ ସାଇକେଲକୁ ସାଧାରଣ ଲୋକ, ଛାତ୍ରଛାତ୍ରୀ, ଯୁବକ ଯୁବତୀଙ୍କୁ ବାଣ୍ଟିବ ବିଏମସି। ଏଥିପାଇଁ ଏକ SOP ପ୍ରସ୍ତୁତ ହେଉଛି। SOP ହିସାବରେ ଆବଶ୍ୟକୀୟ ଲୋକଙ୍କୁ ସାଇକେଲ ବଣ୍ଟାଯିବ। ଏହା ପୂର୍ବରୁ ବନ୍ଦ ହୋଇ ପଡ଼ିଥିବା ସାଇକେଲକୁ ସଜାଡୁଛି ବିଏମସି। ଏହାକୁ ମରାମତି କରାଯାଇ ବଣ୍ଟାଯିବ। ବିଏମସି ନୂତନ ଅଫିସ ଉଦଘାଟନ ସମୟରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଏମସି କମିଶନର।ସେହିପରି ଏହି ନୂତନ ବିଲ୍ଡିଂ ରୁ ବିଏମସି ର ସମସ୍ତ କାର୍ଯ୍ୟ କରାଯିବ। ସ୍ମାର୍ଟ ସିଟି ସ୍ମାର୍ଟ ୱାର୍କ ପାଇଁ ICOMC ଟାୱାରରେ ସମସ୍ତ ବ୍ୟବସ୍ଥା କରାଯାଇଛି। ବିଏମସି ଲୋକଙ୍କ ପାଖକୁ ଯିବ ଏବଂ ଆପ ଜରିଆରେ ସମସ୍ତ କାର୍ଯ୍ୟ କରାଯିବ। କୋଭିଡ ମହାମାରି ପାଇଁ ମୋ ସାଇକେଲ ବ୍ୟବହାର ସମ୍ପୂର୍ଣ ବନ୍ଦ ହୋଇଯାଇଥିବା ଫଳରେ ଏହାକୁ ବାଣ୍ଟିବାକୁ ଯୋଜନା କରୁଛି ବିଏମସି। ସେହିପରି ଆବର୍ଜନା କୁ ନେଇ ସ୍ୱତନ୍ତ୍ର ପ୍ଲାନ କରାଯାଉଛି। ସବୁ ଘରୁ ବାର କୋଡ଼ ସିଷ୍ଟମରେ ଅଳିଆ ଉଠାଇବା ବ୍ୟବସ୍ଥା କରାଯାଉଛି। 

Spread the love