ପର୍ଯ୍ୟଟକଙ୍କୁ ଡଲଫିନ୍ ଦେଖାଉଥିବା ବେଳେ ଡଙ୍ଗାରୁ ଖସି ପଡି ଚାଳକ ନିଖୋଜ

ଚିଲିକାରେ ଡଙ୍ଗାରୁ ଖସି ପଡି ଚାଳକ ନିଖୋଜ । ପର୍ଯ୍ୟଟକଙ୍କୁ ଡଲଫିନ୍ ଦେଖାଉଥିବାବେଳେ ଡଙ୍ଗାରୁ ପଡି ଚାଳକ ନିଖୋଜ ଅଛନ୍ତି । ଆଜି ସାତପଡା ମୋଟର ବୋଟ ଆସୋସିଏସନରୁ ଏକ ଡଙ୍ଗା ୫ଜଣ ବଙ୍ଗୀୟ ପର୍ଯ୍ୟଟକଙ୍କୁ ଚିଲିକାରେ ଡଲଫିନ ଦେଖାଇବାକୁ ନେଇଥିଲା ।ଡଲଫିନ ଦେଖାଇ ଫେରୁଥିବାବେଳେ ଅସାବଧାନତା ଯୋଗୁ ଚାଳକ ଜଣକ ଡଙ୍ଗାରୁ ଖସିପଡିଥିଲେ। କିନ୍ତୁ ଡଙ୍ଗାଟିର ମୋଟର ଚାଲୁ ରହିଥିଲା । ଫଳରେ ଡଙ୍ଗାଟି ଆଗକୁ ପଳାଇ ଆସିଥିଲା। ନିକଟରେ ଥିବା ଆଉ ଏକ ଡଙ୍ଗା ଯାଇ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲା। ସମସ୍ତ ପର୍ଯ୍ୟଟକ ସୁରକ୍ଷିତ ଥିବାବେଳେ ଚାଳକ ନିଖୋଜ ଅଛନ୍ତି। ନିଖୋଜ ବ୍ୟକ୍ତି ହେଲେ ବିକ୍ରମ ଜାଲି। .

Spread the love