ଡଙ୍ଗା ବୁଡ଼ି 10 ମୃତ୍ୟୁ ଘଟଣା: ମୃତକଙ୍କ ପରିବାରକୁ ସହାୟତା ଦେବେ କେନ୍ଦ୍ର ସରକାର

କେନ୍ଦ୍ରାପଡ଼ା ଜିଲ୍ଲା ମହାନଦୀ ମୁହାଣର ନିପାଣିଆରେ ଡଙ୍ଗା ବୁଡ଼ି 10 ଜଣଙ୍କ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ଫଣ୍ଡରୁ ଅନୁକମ୍ପା ମୂଳକ ସହାୟତା ମିଳିବ। ମୃତକଙ୍କ ପରିବାରକୁ 2ଲକ୍ଷ ଓ ଗୁରୁତର ‌ଆହତଙ୍କୁ 50 ହଜାର ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରାଯିବ। ଏଥିପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିକଟକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚିଠି ଆସିଛି। ଯେଉଁ ମାନଙ୍କୁ ସହାୟତା ରାଶି ଦିଆଯିବ ସେମାନଙ୍କ ବାବଦରେ ସମସ୍ତ ତଥ୍ୟ ସହ ବ୍ୟାଙ୍କ ଆକାଉଣ୍ଟ ନମ୍ବର ପ୍ରଦାନ କରିବାକୁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ କୁହାଯାଇଛି।

ଏହାସହ ମୃତକମାନେ ଜଗତସିଂହପୁର ଜିଲ୍ଲାର ହୋଇଥିବାରୁ ଜଗତସିଂହପୁର ଜିଲ୍ଲାପାଳଙ୍କୁ ମଧ୍ୟ ଏନେଇ ଅବଗତ କରଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ। ଜାନୁଆରୀ ଦୁଇ ତାରିଖରେ ନିପାଣିଆ ଗାଁ ନିକଟରେ ଡଙ୍ଗାବୁଡ଼ି ଜଗତସିଂପୁର ଜିଲ୍ଲା ହସିଣା ଗାଁର 10 ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିରେ 20ରୁ ଅଧିକ ଆହତ ହୋଇଥିଲେ। ମୃତକ ମଧ୍ୟରେ 8 ଜଣ ଶିଶୁଥିବା ବେଳେ ଦୁଇ ଜଣ ମହିଳା ଥିଲେ।

Spread the love