ବିଜେଡିର ଭାସ୍କୋଡାଗାମା ପ୍ରଣବ ପ୍ରକାଶ ଦାସ

୨୦୧୯ରେ ଗଠନ ହେବ ନୂଆ ଓଡିଶା ।  ଓଡିଶା ୧ ନମ୍ୱର ରାଜ୍ୟ ହେବ ସାରା ଭାରତ ବର୍ଷରେ ।  ଏଥିଲାଗି ୧୯ବର୍ଷ ଧରି ନବୀନ ବିଭିର୍ନ ବିକାଶମୂଳକ କାର୍ଯ୍ୟ କରୁଛନ୍ତି ।  ଆଉ ଏହି ବିକାଶ ରଥକୁ ଆଗକୁ ବଢାଇବା ପାଇଁ ନୂତନ ଓଡିଶା ଗଠନର ସ୍ୱପ୍ନ ଦେଖାଇଛନ୍ତି ରାଜ୍ୟବାସୀଙ୍କୁ ।  ଏଥିଲାଗି ଦିନରାତି ଏକ କରି ଦଳୀୟ କର୍ମୀ ଓ ନେତାମାନଙ୍କୁ ଲୋକଙ୍କ ସୁଖଦୁଃଖର ସାଥି ହେବା ପାଇଁ ନବୀନ ଆହ୍ୱାନ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂତନ ଓଡିଶା ଗଠନର ସାରଥୀ ସାଜିଛନ୍ତି ଯାଜପୁରର ଯୁବ ନେତା ପ୍ରଣବ ପ୍ରକାଶ ଦାସ (ବବି) । ସଂଗଠନକୁ ମଜବୁତ କରିବା, ନେତାଙ୍କ ଭିତରେ ସମନ୍ୱୟ ରକ୍ଷା କରିବା , ନୂଆ ନେତା ଆବିଷ୍କାର କରିବା , ବିଜେଡି ଓ ନବୀନଙ୍କ ଆଦର୍ଶରେ ଅନୁପ୍ରାଣିତ ହେଉଥିବା ବିରୋଧୀ କ୍ୟାମ୍ପର ନେତାଙ୍କୁ ସାମିଲ କରିବା ଓ ରାଜ୍ୟସରକାରଙ୍କ ଉପରେ ବିରୋଧୀ କରୁଥିବା ବିଭିର୍ନ ପ୍ରସଙ୍ଗରେ ସଂଢୁଆସି ଆକ୍ରମଣର ପ୍ରତି ଜବାବ ଦେବା , ୧୯ ପାଇଁ ବିଜେଡିର ବିଜୟ ପ୍ରାଥୀ ଖୋଜିବା ଓ ଦଳର କ୍ରାଇସିସକୁ ମେଣ୍ଟାଇବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ନିର୍ଦେଶରେ ଓଡିଶା ବୁଲୁଛନ୍ତି ବବି ଦାସ ।  ନୂତନ ବିଜେଡି ଆବିଷ୍କାର କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପାଇଁ ୧୯ରେ ଦେଖିଥିବା ମିଶସନ ୧୨୫ ସ୍ୱପ୍ନକୁ ସାକାର କରିବା ପାଇଁ ସବୁ ନେତାଙ୍କୁ ସାଙ୍ଗରେ ନେଇ ରାଜନୀତିକ ଗୋଟି ଚାଳନା କରିବାରେ ଲାଗିଛନ୍ତି ବବି । 

ଐତିହାସିକ ଭାସ୍କୋଡାଗାମା ଯେପରି ଦେଶ ଆବିଷ୍କାର କରିବାରେ ଜଳ ପଥରେ ସାରା ବିଶ୍ୱ ବୁଲୁଥିଲେ ସେହିପରି ୧୯ରେ ନବୀନଙ୍କୁ ବିଜୟ ମୁକୁଟ ପିନ୍ଧାଇବା ପାଇଁ ପ୍ରଣବ ପ୍ରକାଶ ଦାସ (ବବି) ଦିନ ରାତି ଏକ କରି ଘରଦ୍ୱାରା ଛାଡି ଓ ନିଜର ନିର୍ବାଚନ ମଣ୍ଡଳୀ କଥା ଭୁଲିଯାଇ ନୂତନ ଓଡିଶା ଆବିଷ୍କାର କରିବାଲାଗି ଓ ନବୀନଙ୍କ ସ୍ୱପ୍ନ ପୁରାଣ କରିବାଲାଗି ଲାଗିପଡିଛନ୍ତି ସେ ।  ପ୍ରଥମେ ଦଳର ସଂଗଠନ କାର୍ଯ୍ୟ ପାଇଁ ସେତେବେଳେର ୧ନମ୍ବର ମାନ୍ୟତା ପାଇଥିବା ପ୍ରଣବ ପ୍ରକାଶ ଦାସ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦଳୀୟ ସଂଗଠନ କାର୍ଯ୍ୟରେ ଲାଗିଛନ୍ତି । ପଦ ପଦବୀ, କ୍ଷମତା ଓ ଅର୍ଥ ଲୋଭକୁ ପରିତ୍ୟାଗକରି ଦଳ ଓ ଦଳପତିଙ୍କ କାମରେ ସେ ଲାଗିପଡ଼ିଛନ୍ତି ।

ଯେଉଁଥି ପାଇଁ କେତେବେଳେ ଝାରସୁଗୁଡ଼ାରେ ତ କେତେବେଳେ ସୁନ୍ଦରଗଡରେ , କେତେବେଳେ କୋରାପୁଟରେ ତ କେତେବେଳେ ବ୍ରହ୍ମପୁରରେ । କାରଣ ୧୯୯୦ ଓ ୧୯୯୫ ମସିହାରେ ବିଜୁ ବାବୁ ଏକାକୀ ୧୨୩ ସିଟରେ ଜନତା ଦଳକୁ ଜିତାଇ ଆଣିଥିଲେ ।  ଯାହାର ରେକଡ଼ ଆଜି ଯାଏଁ କେହି କାଟି ନାହାନ୍ତି ।  ତେଣୁ ନବୀନ ୨୦୧୯ ରେ ମିଶନ ୧୨୫ ଲକ୍ଷ ହାସଲ କରିବା ପାଇଁ ନବୀନଙ୍କ ନିର୍ଦେଶରେ ବିଜେଡି ର ଭାସ୍କୋଡାଗାମା ସାଜିଛନ୍ତି ବବି ଦାସ ।  ବବିଙ୍କର ଏଭଳି କାର୍ଯ୍ୟ ପାଇଁ ଅନେକ ସମୟରେ ଯେତିକି ପ୍ରଶଂସା ମିଳୁଛି ତ କେତେକ କ୍ଷେତ୍ରରେ ନିନ୍ଦା ମଧ୍ୟ ମିଳୁଛି ।  ଏପରିକି ନିଜ ନିର୍ବାଚନ ମଣ୍ଡଳୀରେ ନୂତନ ଯାଜପୁର ଗଠନ କରିମଧ୍ୟ ଅଧିକ ସମୟ ଦେଇ ପାରୁନାହାନ୍ତି ବବି ।  ହେଲେ ନିଜର ବିକାଶମୂଳକ କାର୍ଯ୍ୟ ପାଇଁ ଯାଜପୁରବାସୀଙ୍କ ମନ ଜିଣିଛନ୍ତି ।

Spread the love