ଶରୀରରେ ଇମ୍ୟୁନିଟି ଦୁର୍ବଳ ରହିଲେ ଦେଖାଦିଏ ଏହିସବୁ ଲକ୍ଷଣ

 କୌଣସି ବ୍ୟକ୍ତିର ଇମ୍ୟୁନିଟି ଦୁର୍ବଳ ରହିଲେ  ତାର ରୋଗ ସଂକ୍ରମଣ ହେବାର ଅଧିକ ସମ୍ଭାବନା ରହିଥାଏ । ଏମିତିକା ସ୍ଥିତିରେ ଆପଣଙ୍କୁ ନିଜ ଇମ୍ୟୁନିଟି କୁ ଷ୍ଟ୍ରଙ୍ଗ ରଖିବା ସବୁଠୁ ଅଧିକ ଜରୁରୀ ଅଟେ ।ତେଣୁ ଆଜି ଆସନ୍ତୁ ଜାଣିବା ଦୁର୍ବଳ ଇମ୍ୟୁନିଟିର ଲକ୍ଷଣ –

  1.  ପାଚନ ସମ୍ବନ୍ଧୀୟ ଅସୁବିଧା – ଡାଇରିଆ, କୋଷ୍ଠ କାଠିନ୍ୟ, ପେଟ ସମସ୍ୟା ଓ ପେଟ ଯନ୍ତ୍ରଣା ହେଉଛି ଦୁର୍ବଳ ଇମ୍ୟୁନିଟି ର ଲକ୍ଷଣ। ଶରୀରର ଅନ୍ତ ଇମ୍ୟୁନିଟି କୁ ଠିକ ରଖିଥାଏ । ଯଦି ଅନ୍ତ ରେ କୌଣସି ପ୍ରକାରର ଅସୁବିଧା ଦେଖା ଯାଇଥାଏ ତେବେ ପେଟରେ ବିଭିନ୍ନ ସମସ୍ୟା ଦେଖା ଯାଇଥାଏ ।
  2.  ପ୍ରତି ମୁହୁର୍ତରେ ଥକା ଲାଗିବା – ଯେତେ ଶରୀର ରୋଗ ସହିତ ଲଢ଼ିବା ଶକ୍ତି ହରାଇ ଥାଏ ସେତେବେଳେ ଥକା ପଣ ଅନୁଭବ ହୋଇଥାଏ ।ଶରୀରର ଇମ୍ୟୁନ ସିଷ୍ଟମ ଆପଣଙ୍କୁ ସଂକେତ ଦେଇଥାଏ ।
  3. ବାରମ୍ବାର ଥଣ୍ଡା ଓ କାଶ ରେ ପୀଡିତ ହେବା – ଥଣ୍ଡା, ସର୍ଦି,ନାକରୁ ପାଣି ବୋହିବା ଓ ସାମାନ୍ୟ ଜ୍ୱର ହେଉଛି ଦୁର୍ବଳ ଇମ୍ୟୁନିଟି ର ସଂକେତ ହୋଇଥାଏ । ଇମ୍ୟୁନିଟି ସିଷ୍ଟମ ଦୁର୍ବଳ ହୋଇଥିଲେ ବିଭିନ୍ନ ବ୍ୟାକ୍ଟେରିଆ ରୁ ରକ୍ଷା କରି ପାରି ନଥାଏ ।
  4.  ଗଣ୍ଠି ଯନ୍ତ୍ରଣା – ଇମ୍ୟୁନିଟି ଦୁର୍ବଳ ହୋଇଥିଲେ ଆଉ ଗୋଟିଏ ସଂକେତ ହେଉଛି ଗଣ୍ଠି ଓ ମସଲସ ରେ ଲଗାତାର ଯନ୍ତ୍ରଣା ଅନୁଭୂତ ହେବା । ଯଦି ଇମ୍ୟୁନିଟି ଷ୍ଟ୍ରଙ୍ଗ ହୋଇଥାଏ ତେବେ ଏପରି ଯନ୍ତ୍ରଣା ଅନୁଭୂତ ହୋଇ ନଥାଏ ।
  5. ତ୍ୱଚା ସମ୍ବନ୍ଧୀୟ ସମସ୍ୟା – ବର୍ତମାନ ଇମ୍ୟୁନିଟି ଦୁର୍ବଳ ହେବା ଦ୍ୱାରା ତ୍ୱଚାରେ ମଧ୍ୟ ବିଭିନ୍ନ ସଂକ୍ରମଣ ହେଉ ଥିବାର ଦେଖିବାକୁ ମିଳୁଛି ।
Spread the love