ପଶ୍ଚିମ ଓଡ଼ିଶା ମହିଳା ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ବଲାଙ୍ଗୀର ବନ୍ଦ ଡାକରା

ବଲାଙ୍ଗୀର: ବଲାଙ୍ଗୀର ସହରରେ ପଶ୍ଚିମ ଓଡ଼ିଶା ମହିଳା ସଂଗଠନ ପକ୍ଷରୁ ଗୁରୁବାର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏଠରେ ବନ୍ଦର ପ୍ରଭାବ ପରିଲକ୍ଷିତ ହୋଇଛି। ସକାଳୁ ସକାଳୁ ପଶ୍ଚିମ ଓଡ଼ିଶା ମହିଳା ସଂଗଠନ  ମହିଳା କର୍ମୀମାନେ ପିକେଟିଂ କରି ବିଭିନ୍ନ ସ୍ଥାନରେ ବନ୍ଦ ଡାକରାରେ ସାମିଲ ହେବା ଲାଗି ଲୋକଙ୍କୁ ନିବେଦନ କରୁଥିବାର ଦେଖିବାକୁ ମିଳିଛି।

ଆଜି ବଲାଙ୍ଗୀରରେ ଦେକାନବଜାର, ସରକାରୀ ବେସକାରୀ ଶିକ୍ଷା ନୁଷ୍ଠାନ, ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ଏହାଛଡ଼ା ଗାଡ଼ି ଚଳାଚଳ ଠପ୍ ହୋଇଯାଇଥିବା ଜଣାଯାଇଛି। ସ୍ନେହଲତା ଛତ୍ରିଆ ଘଟଣାର ସିବିଆଇ ତଦନ୍ତ ଓ ବିଭିନ୍ନ ପୀଡ଼ିତ ମହିଳାଙ୍କୁ ନ୍ୟାୟ ଦାବିରେ ବଲାଙ୍ଗୀର ବିଭିନ ସଂଗଠନ ବନ୍ଦ ଡାକରା ଦେଇଛ। ସକାଳ ୬ଟା ରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶା ମହିଳା ସଂଗଠନ ତରଫରୁ ସମସ୍ତ ସରକାରୀ ବେସକାରୀ ଶିକ୍ଷା ନୁଷ୍ଠାନ, ସରକାରୀ ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର, ଯାନବାହାନ ଚଳାଚଳ ପାଇଁ ନିଷେଧ କରାଯାଇଛି। ଏହି ବନ୍ଦ ଡାକରାକୁ ନଗର କଂଗ୍ରେସ କମିଟି ସହ ବିଭିନ୍ନ ସଂଗଠନ ବି ପୂର୍ଣ୍ଣ ସମର୍ଥନ କରିଛନ୍ତି।

Spread the love