ରିମାଣ୍ଡରେ ଆସିବେ ନକଲି ସାର୍ଟିଫିକେଟର ମାଷ୍ଟରମାଇଣ୍ଡ ଓ ସହଯୋଗୀ

ବଲାଙ୍ଗିର ନକଲି ସାର୍ଟିଫିକେଟ୍ ମାମଲାରେ ରିମାଣ୍ଡରେ ଆସିବ ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର ଓ ଆଲୋକ ଉଦ୍ଗାତା । ଉଭୟଙ୍କୁ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିଛି କ୍ରାଇମବ୍ରାଞ୍ଚ । ଦୁଇ ଅଭିଯୁକ୍ତ ରିମାଣ୍ଡରେ ଆସିବା ପରେ ନକଲି ସାର୍ଟିଫିକେଟ୍ ମାମଲାରେ ଅନେକ ଗୁମର ଖୋଲିବ । ସେପଟେ ଆଜି ପୁଣି ଥରେ ଟାଉନ୍ ଥାନାରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ । ଏହା ପରେ ଏହି ଟିମ୍ ପୋଷ୍ଟ ଅଫିସକୁ ଯିବାର କାର୍ଯ୍ୟକ୍ରମ ରହିଛି ।

ଗତକାଲି ମଧ୍ୟ କ୍ରାଇମବ୍ରାଞ୍ଚ ଟିମ୍ ଟାଉନ୍ ଥାନାରେ ପହଞ୍ଚ ପୋଲିସ ଅଧିକାରୀଙ୍କ ସହ କେଳେଙ୍କାରୀ ବାବଦରେ ଆଲୋଚନା କରିଛନ୍ତି । ଟାଉନ୍ ପୋଲିସ ଜବତ କରିଥିବା ସମସ୍ତ ସାର୍ଟିଫିକେଟ୍, ପ୍ରିଂଟର, ଲାପ୍ଟପ୍ ଆଦି ବିଭିନ୍ନ ସମାଗ୍ରୀ ଯାଞ୍ଚ କରିଛନ୍ତି । ମାଷ୍ଟର ମାଇଣ୍ଡ ମନୋଜ ମିଶ୍ରଙ୍କ କୋଚିଂ ସେଂଟରରେ ଖୋଳତାଡ କରିଥିଲା । କ୍ରାଇମବ୍ରାଞ୍ଚ ହାତରେ ମନୋଜ ମିଶ୍ରଙ୍କ ୪ କମ୍ପ୍ୟୁଟର ହାର୍ଡଡିସ୍କ ଲାଗିଛି । ସେଥିରେ ମଧ୍ୟ ଶହ ଶହ ବ୍ଲାଙ୍କ ସାର୍ଟିଫିକେଟ୍ ରହିଛି । ଗତ ୭ ବର୍ଷ ମଧ୍ୟରେ ମନୋଜ କୋଟି କୋଟି ଟଙ୍କାର ଆର୍ଥିକ କାରବାର କରିଥିବା କ୍ରାଇମବ୍ରାଞ୍ଚ ଟିମ୍ ଆଶଙ୍କା କରୁଛି ।

Spread the love