ଏ ବର୍ଷ ବୋଲବମ୍‌ ଯାତ୍ରା ବନ୍ଦ

ଆସନ୍ତାକାଲିଠୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ବୋଲବମ ଯାତ୍ରା। ପ୍ରତିବର୍ଷ ଶ୍ରଦ୍ଧାଳୁମାନେ ବିଭିନ୍ନ ନଦୀରୁ ପାଣି ସଂଗ୍ରହ କରି ଚାଲି ଚାଲି ଶୈବ ପୀଠ ଯାଇ ଜଳଲାଗି କରିଥାନ୍ତି। ହେଲେ ଚଳିତ ବର୍ଷ କରୋନା କଟକଣା ଯୋଗୁ ଏହାକୁ ବନ୍ଦ କରିଛନ୍ତି ରାଜ୍ୟ ସରକାର।

କରୋନା ପରି ମହାମାରୀ ଯୋଗୁ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏପରି ସ୍ଥିତିରେ ବିଭିନ୍ନ ସ୍ଥାନରେ ଗହଳିକୁ ବାରଣ କରାଯିବା ସହ ସାମାଜିକ ଦୂରତା ରକ୍ଷା, ମାସ୍କ ପିନ୍ଧା ଆଦି ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ଏପରି ସ୍ଥିତିରେ ବୋଲବମ୍‌ ଭକ୍ତମାନେ ଏକତ୍ରିତ ହୋଇ ଯାତ୍ରା କରିବା ଦ୍ୱାରା କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି। ତେଣୁ ରାଜ୍ୟ ସରକାର ଏହାକୁ ଚଳିତ ବର୍ଷ ପାଇଁ ବନ୍ଦ ରଖିଥିବା ଏସ୍‌ଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

ଅପରପକ୍ଷେ କରୋନା ସଂକ୍ରମଣ ଯୋଗୁ ସମଗ୍ର ରାଜ୍ୟରେ ଧାର୍ମିକ ପୀଠ ମଧ୍ୟ ବନ୍ଦ ରହିଛି। ତେଣୁ ଏପରି ସ୍ଥିତିରେ ବୋଲବମ ଯାତ୍ରାରେ ଯାଇ ଅଧିକ ଭିଡ଼ ନ କରିବା ସହ କରୋନାକୁ ନିମନ୍ତ୍ରଣ ନ କରିବାକୁ ତାଗିଦ କରିଛନ୍ତି ରାଜ୍ୟ ସରକାର।

Spread the love