କୁହୁଡି ନେଉଛି ଜୀବନ : ବୋଲେରୋ- ଟ୍ରକ୍ ଧକ୍କା 4ମୃତ 5 ଗୁରୁତର

ଘନ କୁହୁଡ଼ି ଯୋଗୁ ଆଜି ସକାଳୁ କେନ୍ଦ୍ରାପଡା ଜିଲ୍ଲା କଟକ- ଚାନ୍ଦବାଲି ରାସ୍ତାରେ ବୋଲେରୋ ଓ  ଟ୍ରକ୍ ମଧ୍ୟରେ  ଧକ୍କା ହୋଇ 4ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 5ଜଣ ଗୁରୁତର ହୋଇଛନ୍ତି ।  ଆଜି ସକାଳ ସାଢ଼େ ପ୍ରାୟ 7ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ବୋଲେରୋଟି କେନ୍ଦ୍ରାପଡ଼ରୁ କଟକ ଅଭିମୁଖେ ଯାଉଥିଲା। ସୂଚନା ଅନୁଯାୟୀ, ମୃତାହତମାନେ ଗୋଟିଏ ପରିବାରର। ସେମାନେ ଏକ ଶ୍ରାଦ୍ଧ ସାରି ମୁମ୍ବାଇ ଫେରୁଥିଲେ। ଘଟଣାସ୍ଥଳରେ ହିଁ ତିନି ଜଣଙ୍କ ମୃତ୍ୟୁ ଘଟିଥିଲା।

ଆଉ ଜଣଙ୍କ କଟକରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସମସ୍ତ ମୃତାହତ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ବୋଲି ଜଣାପଡ଼ିଛି।ଦୁର୍ଘଟଣାରେ ବୋଲେରୋଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଗାଡ଼ିଟି ଏମିତି କ୍ଷତିଗ୍ରସ୍ତ ହୋଇଥିଲା ଯେ ସେଥିରୁ ମୃତାହତମାନଙ୍କୁ ବାହାର କରିବା କଷ୍ଟକର ହୋଇପଡ଼ିଥିଲା। ପୁଲିସ୍ ଓ ସ୍ଥାନୀୟ ଲୋକେ ମୃତାହତମାନଙ୍କୁ ବାହାର କରିଥିଲେ। ଆହତମାନଙ୍କୁ ପ୍ରଥମେ ନିଶ୍ଚିନ୍ତକୋଇଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ମୃତଦେହଗୁଡ଼ିକୁ କେନ୍ଦ୍ରପଡ଼ା ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ମୃତାହତମାନଙ୍କ ପରିଚୟ ଜଣାପଡ଼ିନାହିଁ।

Spread the love