ଦୁଷ୍କର୍ମ ଅଭିଯୋଗରେ ବଲିଉଡ ଅଭିନେତ୍ରୀ କଙ୍ଗନାଙ୍କ ବଡିଗାର୍ଡ ଗିରଫ

ନୂଆଦିଲ୍ଲୀ ୩୦/୫: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କ ବଡିଗାର୍ଡ କୁମାର ହେଗଡେ ଗିରଫ । କର୍ଣ୍ଣାଟକର ତାଙ୍କ ଗାଁ ମାଣ୍ଡ୍ୟାର ଡେଗାଡାହଲ୍ଲୀରୁ ଗିରଫ କରିଛି ପୋଲିସ। ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଏବଂ ଚାଟିଂ ଅଭିଯୋଗରେ ହେଗଡେକୁ ପୋଲିସ କାବୁ କରିଛି। ତାଙ୍କ ବିରୋଧରେ ମୁମ୍ବାଇ ପୋଲିସ ଡିଏନ ନଗର ଥାନା​‌ରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲା।

ସେପଟେ ନ୍ୟୁଜ୍‌ ଏଜେନ୍ସି ପିଟିଆଇ ଅନୁସାରେ ମୁମ୍ବାଇ ପୋଲିସର ଏକ ଟିମ୍‌ ଶନିବାର କୁମାର ହେଗଡେକୁ ଗିରଫ କରିଛି। ଜଣେ ୩୦ ବର୍ଷୀୟା ବ୍ୟୁଟିସିଆନ୍‌ ତାଙ୍କ ବିରୋଧରେ ଏତଲା ଦେଇଥିଲେ ବୋଲି କୁହାଯାଉଛି। ସେ ଅଭିଯୋଗ କରିଥିଲେ,​‌ ହେଗଡେ ବିବାହ ପ୍ରଲୋଭନ ଦେଖାଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ।

ଏଫଆଇଆର ଅନୁସାରେ, ଗତବର୍ଷ ଜୁନରେ ଅଭିଯୁକ୍ତ ହେଗଡେ ପୀଡ଼ିତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଅଭିଯୁକ୍ତ ଲିଭ୍‌ ଇନ୍‌ରେ ରହିବାକୁ ବି କହିଥିଲେ । ଏଥିପାଇଁ ପୀଡ଼ିତା ମଧ୍ୟ ରାଜି ହୋଇଥିଲେ । ଇଟାଇମ୍ସ ରିପୋର୍ଟ ଅନୁସାରେ ଦୁହେଁ ଦୁହିଁଙ୍କୁ ୮ବର୍ଷ ହେଲା ଜାଣିଛନ୍ତି। ପୀଡ଼ିତା ଶାରୀରିକ ସମ୍ପର୍କ ରଖିବାକୁ ମନାକରି ଥିଲେ ସୁଦ୍ଧା ହେଗଡେ ତାଙ୍କୁ ପ୍ରବର୍ତ୍ତାଇ ଥିଲେ। ଏହା ସହ ଅଭିଯୁକ୍ତ ମାଙ୍କ ଦେହ ଖରାପ ଅଛି,ଗାଁକୁ ଯିବାକୁ ପଡ଼ିବ କହି ପୀଡ଼ିତାଙ୍କ ପାଖରୁ ୫୦ ହଜାର ଟଙ୍କା ଉଧାର ନେଇଥିବା ମଧ୍ୟ ଏଫଆଇଆରରେ ଉଲ୍ଲେଖ ରହିଛି।

Spread the love