ଏଆଇଏଡିଏମ୍‌କେ ନେତାଙ୍କ ଘର ଉପରକୁ ପେଟ୍ରୋଲ ବୋମାମାଡ଼

ଚେନ୍ନାଇ: ବାଇକ୍‌ରେ ଆସି ନେତାଙ୍କ ଘର ଉପରକୁ ପେଟ୍ରୋଲ୍‌ ବୋମା ଫିଙ୍ଗି ଫେରାର୍ ଦୁର୍ବୃତ୍ତ। ଅନ୍ନା ଦ୍ରାଭିଡ଼ ମୁନେତ୍ରା କାଝାଗମ(ଏଆଇଏଡିଏମ୍‌କେ)ର ନେତା ଅରୁମୁଗା ନୟନାରଙ୍କ ଘର ଉପରକୁ ବୋମା ମାଡ଼ ହୋଇଛି। ସୋମବାର ରାତିରେ ତାମିଲନାଡୁ ଥୁତୁକୁଡ଼ି ଠାରେ ଥିବା ତାଙ୍କ ଘରେ ଆକ୍ରମଣ ହୋଇଛି। ନେତା ଜଣଙ୍କ ଏଆଇଏଡିଏମ୍‌କେର ପୂର୍ବତନ ଜିଲ୍ଲା ସମ୍ପାଦକ ତଥା ବର୍ତ୍ତମାନର ଦଳର ରାଜ୍ୟ ସଂଯୋଜକ ଅଛନ୍ତି।

ସୋମବାର ରାତି(ଅଗଷ୍ଟ ୨୩) ୩ ଦୁର୍ବୃତ୍ତ ଗୋଟିଏ ବାଇକ୍‌ରେ ଆସି ଅରୁମୁଗା ଓ ତାଙ୍କ ସାନ ଭାଇ କ୍ଷ୍ମଣନଙ୍କ ଘରେ ପେଟ୍ରୋଲ ବୋମା ମାଡ଼ କରିଛନ୍ତି। ଏହି ବୋମା ମାଡରେ ଲକ୍ଷ୍ମଣନଙ୍କ ଘର ସାମ୍ନାରେ ଛିଡ଼ା ହୋଇଥିବା କାର୍‌ଟି ଜଳିଯାଇଛି । ନିଆଁ ଦେଖିବା ପରେ ପଡ଼ୋଶୀମାନେ ତୁରନ୍ତ ଲକ୍ଷ୍ମଣନଙ୍କ ଘର ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ଲାଗିଥିଲେ।

ସୂଚନା ଥାଉକି ଅରୁମୁଗା ପୂର୍ବତନ ମୁଖ୍ୟମନ୍ତ୍ରୀ ଇଡ଼ାପାଡ଼ି ପାଲାନୀସ୍ୱାମୀଙ୍କର ସମର୍ଥକ। ତେବେ ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତା ସହି ଦୋଷୀମାନଙ୍କୁ ଚିହ୍ନଟ କରିବା ପାଇଁ ସିସିଟିଭି କ୍ୟାମେରା ଫୁଟେଜ୍ ଯାଞ୍ଚ କରୁଛି।

Spread the love