ପୂର୍ବ ଶତ୍ରୁତାକୁ ନେଇ ହରିପୁର ଗାଁରେ ବୋମାମାଡ଼, ୨ଜଣ ଆହତ

ଖଲ୍ଲିକୋଟ ଥାନା ଅନ୍ତର୍ଗତ ହରିପୁର ଗାଁରେ ବୋମାମାଡ । ଆଜି ସକାଳେ ଗାଁର ଏକ ଘର ଉପରକୁ ଏହି ବୋମାମାଡ଼ ହୋଇଛି। ଏଥିରେ ୨ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତା କାରଣରୁ ଏହି ବୋମାମାଡ ହୋଇଥିବା ଜଣାଯାଇଛି।କିଛି ଦିନ ପୂର୍ବରୁ ହରିପୁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଆଜି ସକାଳେ ଦୁଇଟି ବାଇକରେ କିଛି ଦୁବୃର୍ତ୍ତ ଆସି ବୋମାମାଡ଼ କରିଥିବା ସୂଚନା ମିଳିଛି। ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ବୋମାମାଡରେ ଦୁଇ ଜଣ ବ୍ୟକ୍ତି ଆହତ ହୋଇଥିଲା ବେଳେ ଗାଁର ଜଣେ ବ୍ୟକ୍ତି ନିଖୋଜ ଥିବା ଜଣାଯାଇଛି। ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଆକ୍ରମଣକାରୀଙ୍କୁ ଧରିବାକୁ ଖୋଳତାଡ ଆରମ୍ଭ କରିଛି।

Spread the love