ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ମାମଲାରେ ସଲମାନଙ୍କୁ ଆଶ୍ୱସ୍ତି

ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କ ବିରୋଧରେ ୨୦୧୯ରେ ହୋଇଥିବା ଏକ ପିଟିସନ ବମ୍ବେ ହାଇକୋର୍ଟ ଖାରଜ କରିଛନ୍ତି । ସଲମାନ ଖାନଙ୍କ ବ୍ୟତୀତ ତାଙ୍କ ଅଙ୍ଗରକ୍ଷୀ ନବାବ ଶେଖଙ୍କ ବିରୋଧରେ ହୋଇଥିବା ମାମଲାକୁ ଖାରଜ କରିଛନ୍ତି ବମ୍ବେ ହାଇକୋର୍ଟ । ତେବେ ସୂଚନା ଅନୁଯାୟୀ, ଜଣେ ସାମ୍ବାଦିକ ସଲମାନଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ କରି ୨୦୧୯ରେ ଏକ ମାମଲା ଦାଖଲ କରିଥିଲେ । ତେବେ ଘଟଣାରେ ମୁମ୍ବାଇର ଅନେ୍ଧରୀ ମାଜିଷ୍ଟ୍ରେଟ ଅଦାଲତ ଦ୍ୱାରା ଜାରି ସମନକୁ ବମ୍ବେ ହାଇକୋର୍ଟ ଖାରଜ କରିବା ପରେ ଭାଇଜନାଙ୍କୁ ଆଶ୍ୱସ୍ତି ମିଳିଛି । ଜଷ୍ଟିସ ଭାରତୀ ଡାଙ୍ଗରେ ଏହି ମାମଲାର ବିଚାର କରି ରାୟ ଦେଇଛନ୍ତି । ସାମ୍ବାଦିକ ଅଶୋକ ପାଣ୍ଡେ ଅନେ୍ଧରୀରେ ସଲମାନଙ୍କର ଏକ ଭିଡ଼ିଓ କରିଥିଲେ ଯାହାକୁ ଦେଖି ସଲମାନ ଓ ତାଙ୍କ ଅଙ୍ଗରକ୍ଷୀ ରାଗି ଯାଇ ଦୁର୍ବ୍ୟବହାର ସହ ଧମକ ଦେଇ୍ଥିଲେ ବୋଲି ଅଭିଯୋଗ କରିଥିଲେ । ଏନେଇ ପୁଲିସର ଦ୍ୱାରସ୍ଥ ହୋଇଥିଲେ ସାମ୍ବାଦିକ ଅଶୋକ ପାଣ୍ଡେ ।

Spread the love