ଗଞ୍ଜେଇ ଗାଡ଼ିରୁ ବୋମା ଉଦ୍ଧାର, ଡ୍ରାଇଭର ଫେରାର୍‌

ଗଞ୍ଜେଇ ଗାଡ଼ିରୁ ଉଦ୍ଧାର ହୋଇଛି ବୋମା  । ସମ୍ବଲପୁର ଜିଲ୍ଲା ଠେଲକୋଲୋଇ ଥାନା ଖିଣ୍ଡା ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ବେଳେ ମିଳିଲା ଗଞ୍ଜେଇ ଓ ବୋମା । ଯାଞ୍ଚ ବେଳେ ଗଞ୍ଜେଇ ଭର୍ତ୍ତି ଗାଡ଼ି ଭିତରେ ଥିଲା ବୋମା । ଘଟଣାସ୍ଥଳରୁ ଗାଡ଼ି ଛାଡି ଡ୍ରାଇଭର ଫେରାର୍‌ ହୋଇଛି । ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଟିମ୍‌ ପହଞ୍ଚି ବୋମାକୁ ଜବତ କରିଛି । ଗାଡ଼ିଟି କେଉଁଠୁ କୁଆଡ଼େ ଯାଉଥିଲା ଅଧିକ ଖୋଳତାଡ ଜାରି ରହିଛି ।

Spread the love