ରାଷ୍ଟ୍ରଭକ୍ତ ଅଟଳ ବିହାରୀ ବାଜପାୟୀ ଙ୍କ ପୁସ୍ତକ ଉନ୍ମୋଚନ

ଆଜି ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପଣ୍ଡିତ ଦୈତାରି ମହାପାତ୍ରଙ୍କ ଦ୍ୱାରା ରଚିତ ‘ରାଷ୍ଟ୍ରଭକ୍ତ ଅଟଳ ବିହାରୀ ବାଜପାୟୀ’, ‘ବାଇଶି ପାହାଚ’, ‘ରାଷ୍ଟ୍ରଭକ୍ତ ନରେନ୍ଦ୍ର ମୋଦି’ ଓ ‘ ରାଷ୍ଟ୍ରପୁରୁଷ ନରେନ୍ଦ୍ର ମୋଦି’ ପୁସ୍ତକକୁ ଉନ୍ମୋଚନ କରିଛନ୍ତି ।
ଲେଖକ ଶ୍ରୀ ମହାପାତ୍ର ତାଙ୍କ ଦ୍ୱାରା ରଚିତ ‘ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ’, ‘ଘର ବଇଦ’, ‘ଶ୍ରୀମଦ୍‌ ଭଗବତ୍‌
ଗୀତା’ ଓ ମାସିକ ପତି୍ରକା ‘ଫୁଲର ହସ’ ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ । ଉନ୍ମୋଚନ ସମୟରେ ବରିଷ୍ଠ ସାମ୍ବାଦିକ ଓ
ଲେଖକ ଅରୁଣ କୁମାର ପଣ୍ଡା, ବିଶିଷ୍ଟ ସାହିତି୍ୟକ ଇଂ ଅଭୟ ସୂତାର ଓ ଶିକ୍ଷାବିତ୍‌ ରାମଚନ୍ଦ୍ର ସାହୁ ଉପସ୍ଥିତ ଥିଲେ । ପଣ୍ଡିତ
ମହାପାତ୍ର ଏଯାବତ୍‌ ବିଭିନ୍ନ ବିଷୟରେ ସହସ୍ରାଧିକ ପୁସ୍ତକ ରଚନା କରିଛନ୍ତି ।

ଏଭଳି କୃତି ପାଇଁ ରାଜ୍ୟପାଳ ପ୍ରଫେସର
ଲାଲ ପଣ୍ଡିତ ମହାପାତ୍ରଙ୍କୁ ପ୍ରଶଂସା କରିବା ସହ ଓଡ଼ିଶାରେ ବୌଦ୍ଧିକ ବିକାଶ ଓ ସର୍ଜନା ପାଇଁ ଅନୁକୂଳ ପରିବେଶ ଥିବା
ପ୍ରକାଶ କରିଛନ୍ତି ।

Spread the love