+୩ ଶେଷ ବର୍ଷ ପରୀକ୍ଷା ପାଇଁ ଉଚ୍ଚ ଶିକ୍ଷା ବିଭାଗର ପ୍ରସ୍ତୁତି ଆରମ୍ଭ, ଆଜି ପୁରୀ ଓ ଖୋର୍ଦ୍ଧା ଜିଲ୍ଲା କଲେଜ ଅଧ୍ୟକ୍ଷମାନଙ୍କ ସହ ବୈଠକ

ଭୁବନେଶ୍ୱର, ୨୮|୦୬ : ସ୍ନାତକ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନ୍ ଲାଇନ୍ ରେ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ପରେ ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ସମ୍ଭାବ୍ୟ ପରୀକ୍ଷା ତାରିଖ ସହ ଫର୍ମ ପୂରଣ ତାରିଖ ଘୋଷଣା କରାଯାଇଛି। ଏଜିଠାରୁ ବିଶ୍ବବିଦ୍ୟାଳୟ ଅଧୀନ ଡିଗ୍ରୀ କଲେଜର ଅଧ୍ୟକ୍ଷମାନଙ୍କୁ ନେଇ ଭର୍ଚୁଆଲ ବୈଠକ କରାଯିବ।

ସୋମବାର ପୁରୀ ଓ ଖୋର୍ଧା ଜିଲ୍ଲାର କଲେଜ ଅଧ୍ୟକ୍ଷଙ୍କ ବୈଠକ ହେବ। ମଙ୍ଗଳବାର କେନ୍ଦ୍ରାପଡ଼ା, ଜଗତ୍ ସିଂହପୁର, ଯାଜପୁର, ନୟାଗଡ଼ ଜିଲ୍ଲାର କଲେଜ ଏବଂ ଅପରାହ୍ନ ୩ଟାରୁ ୪ଟା ୩୦ ମଧ୍ୟରେ ଅନୁଗୁଳ, କଟକ ଓ ଢେଙ୍କାନାଳ ଜିଲ୍ଲାର କଲେଜ ଅଧ୍ୟକ୍ଷଙ୍କ ବୈଠକ ହେବ ।
ୟୁଜି ଶେଷ ସେମିଷ୍ଟର ରେଗୁଲାର ଓ ବ୍ୟାକ୍ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଜୁଲାଇ ୨ରୁ ୧୩ ମଧ୍ୟରେ ଅନୁଷ୍ଠିତ ହେବ। ପ୍ରଥମ, ଦ୍ବିତୀୟ ଓ ୪ର୍ଥ ସେମିଷ୍ଟର ବ୍ୟାକ୍ ପରୀକ୍ଷା ଲାଗି ଫର୍ମ ପୂରଣ ଜୁଲାଇ ୧୨ରୁ ୨୨ ମଧ୍ୟରେ କରାଯିବ।

ଅନ୍ ଲାଇନ୍ ରେ ଫର୍ମ ପୂରଣ ଓ ଫି’ ଦାଖଲ କରାଯିବ। ପରୀକ୍ଷାର ୭ ଦିନ ପୂର୍ବରୁ କଲେଜଗୁଡ଼ିକ ପରୀକ୍ଷା ଫି’ ବିଶ୍ବବିଦ୍ୟାଳୟରେ ଦାଖଲ କରିବେ। କଲେଜଗୁଡ଼ିକ ପିଲାଙ୍କ ମୋବାଇଲ୍ ନମ୍ବର, ହ୍ବାଟ୍ ସଆପ୍ ନମ୍ବର, ଇ-ମେଲ୍ ଆଇଡି, ମେଣ୍ଟରଙ୍କ ନାମ ଓ ମୋବାଇଲ୍ ନମ୍ବର ଅନ୍ ଲାଇନ୍ ଫର୍ମରେ ଉଲ୍ଲେଖ କରିବା ବାଧ୍ୟତାମୂଳକ। ଛାତ୍ରଛାତ୍ରୀଙ୍କ ବ୍ୟାକ୍ ପେପର୍ ପ୍ରାକ୍ଟିକାଲ ପରୀକ୍ଷା ଜୁଲାଇ ୨୪ରୁ ଅଗଷ୍ଟ ୪ ମଧ୍ୟରେ ଏବଂ ଥିଓରି ପରୀକ୍ଷା ଅଗଷ୍ଟ ୧୩ରୁ ୨୮ ମଧ୍ୟରେ କରାଯିବ। ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୬ ମଧ୍ୟରେ ମୂଲ୍ୟାୟନ କରାଯାଇ ସେପ୍ଟେମ୍ବର ତୃତୀୟ ସପ୍ତାହରେ ଫଳ ପ୍ରକାଶ ପାଇବ।

Spread the love