୪୧ ମନ୍ତ୍ରୀଙ୍କ ବିଦ୍ରୋହ ପରେ ବଢିଲା ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ଅଡୁଆ

ନୂଆଦିଲ୍ଲୀ ୦୭/୦୭:  ବ୍ରିଟେନରେ ଜାରି ରାଜନୈତିକ ଅସ୍ଥିରତା ମଧ୍ୟରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ବୋରିସ ଜନସନ । ଏନେଇ ବ୍ରିଟେନର ଅନେକ ଗଣମାଧ୍ୟମରେ ସୂଚନା ମିଳିଛି । ତେବେ ବିବିସି ଓ ରୟଟର୍ସ କିନ୍ତୁ ବୋରିସ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛନ୍ତି ଓ ଆଜି ହିଁ ସେ ପଦ ଛାଡିବେ ବୋଲି କହିଛନ୍ତି । କଞ୍ଜର୍ଭେଟିଭ୍ ପାର୍ଟି ସହିତ ବିଦ୍ରୋହ କରିବା ପରେ  ୩୯ ମନ୍ତ୍ରୀଙ୍କ ସମେତ ସଂସଦୀୟ ସଚିବ ମଧ୍ୟ ଇସ୍ତଫା ଦେଇଥିଲେ। ମୋଟାମୋଟି ଭାବେ ୪୧ ମନ୍ତ୍ରୀ ବୋରିସଙ୍କ ବିରୋଧରେ ବିଦ୍ରୋହ କରିଥିଲେ । ଏପରିକି ଗୃହମନ୍ତ୍ରୀ ପ୍ରୀତି ପଟେଲ ମଧ୍ୟ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିଲେ।  ବୋରିସଙ୍କ ଟିମ୍ ସମ୍ପୂର୍ଣ୍ଣ ଭାବେ ତାଙ୍କ ବିରୋଧୀ ହୋଇଯାଇଥିଲା । ଅଭିଯୋଗ ହେଉଥିଲା ଯେ, ବୋରିସ୍‌ ଜନ୍‌ସନ୍‌ଙ୍କ ସହଯୋଗୀମାନେ ଅନେକ ଥର ବିବାଦୀୟ ବୟାନ ଦେଉଥିଲେ। ପାର୍ଟିଗେଟ୍‌ ସ୍କାଣ୍ଡେଲ ପରଠାରୁ ବୋରିସ୍‌ ଜନ୍‌ସନଙ୍କୁ ତାଙ୍କ ନିଜସ୍ବ ଦଳର ମନ୍ତ୍ରୀ ମଧ୍ୟ ସମର୍ଥନ କରୁନଥିଲେ ।

ସୂଚନାଯୋଗ୍ୟ, ବୁଧବାର ସନ୍ଧ୍ୟାରେ ପାଖାପାଖି ୯ଜଣ ମନ୍ତ୍ରୀ ଡାଉନସିଙ୍ଗ ଷ୍ଟ୍ରିଟ୍‌ ପହଞ୍ଚି ବୋରିସ୍‌ ଜନ୍‌ସନ୍‌ଙ୍କୁ ପଦ ଛାଡ଼ିବା ପାଇଁ କହିଥିଲେ। ଗୃହମନ୍ତ୍ରୀ ପ୍ରୀତି ପଟେଲଙ୍କୁ ବୋରିସଙ୍କର ସବୁଠାରୁ ବଡ଼ ସହଯୋଗୀ ବୋଲି କୁହାଯାଉଥିବା ବେଳେ ସେ କିନ୍ତୁ ଏହି ଟିମ୍‌ ସହିତ ଥିଲେ। ଜନ୍‌ସନ୍‌ ସବୁ ମନ୍ତ୍ରୀମାନଙ୍କ ସହିତ ଅଲଗା ଅଲଗା ସାକ୍ଷାତ କରିଥିଲେ। ଏପରିକି ତୁକନ୍ତ ପଦ ଛାଡିଲେ ଦେଶରେ ଅସ୍ଥିରତା ବଢିବ ବୋଲି ବୋରିସ ସେମାନଙ୍କୁ ବୁଝାଇଥିଲେ ।

Spread the love