ପରୀକ୍ଷା କାର୍ଯ୍ୟସୂଚୀ କୁ ନେଇ ପୂର୍ବତନ ବିପିୟୁଟି ଛାତ୍ର ସଭାପତି ଙ୍କ ଅସନ୍ତୋଷ

ବିପିୟୁଟି ଫାଇନାଲ ସେମିଷ୍ଟର ପରୀକ୍ଷା ଜୁନ ଶେଷ ଅବା ଜୁଲାଇ ମାସ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ ବୋଲି ବିପିୟୁଟି ଯେଉଁ ଗାଇଡିଲାଇନ ପ୍ରସ୍ତୁତି କରାଯାଇଛି ଏହା ଛାତ୍ର ଛାତ୍ରୀ ମାନଙ୍କୁ ମାନସିକ ଆଘାତ ଦେଇଥିବାରୁ ପୂର୍ବତନ ଛାତ୍ର ସଭାପତି ଙ୍କ ତରଫରୁ ଅସନ୍ତୋଷ ପ୍ରକାଶ କରାଯାଇଛି। ବର୍ତ୍ତମାନ ବିଶ୍ୱ ଏହି ମହାମାରୀ କରୋନା ପାଇଁ ଲଢ଼ୁଥିବା ସମୟରେ ଜନସାଧାରଣ ମାନେ ଯାତାୟାତ ର ବହୁ ଅସୁବିଧାର ସମୁଖୀନ ହେଉଛନ୍ତି। ବିପିୟୁଟି ଗାଇଡିଲାଇନି ଅନୁସାରେ ନିଜ ଜିଲ୍ଲାରେ ନିଜେ ପରୀକ୍ଷା ଦେବେ ଏହି ବିଷୟକୁ ଧ୍ୟାନ ଦେଲେ ଜଣାପଡ଼ୁଛି ଜିଲ୍ଲାର କୋଣ ଅନୁକୋଣରୁ ଜିଲ୍ଲା ମୁଖ୍ୟାଳୟ କୁ ଆସିବାକୁ ଲୋକଙ୍କୁ କେତେ ହଇରାଣ ହେବାକୁ ପଡୁଛି ତାହା ସହ ରାଜ୍ୟ ବାହାରୁ ବହୁ ଛାତ୍ରଛାତ୍ରୀ ବିପିୟୁଟି ଅଧୀନସ୍ଥ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଛନ୍ତି ସେମାନଙ୍କ କିପରି ଓଡ଼ିଶା ଆସିବେ ତାହା ବିପିୟୁଟି ବୋଧହୁଏ ଦୁଷ୍ଟି ଆକର୍ଷଣ କରିନାହିଁ।

Spread the love