ବିସ୍କୁଟ ଖାଇ ଅଭିନେତ୍ରୀଙ୍କ ବ୍ରେନ୍‌ ଡ୍ୟାମେଜ୍‌, ଅଭିନେତ୍ରୀଙ୍କୁ ୨୨୨ କୋଟି ଟଙ୍କାର ସହାୟତା ପାଇଁ କୋର୍ଟ ଦେଲେ ଆଦେଶ

ବେଳେ ବେଳେ ଛୋଟିଆ ଭୁଲ୍‌ ପାଇଁ ବଡ଼ ତଣ୍ଡ ଦେବାକୁ ପଡ଼ିଥାଏ । କୌଣସି କମ୍ପାନି ତା’ର ପ୍ରଡକ୍ଟକୁ ବଜାରକୁ ଛାଡ଼ିବା ପୂର୍ବରୁ ବିଭିନ୍ନ ପରୀକ୍ଷା କରିଥାଏ । ହେଲେ ଏକ ବିସ୍କୁଟ କମ୍ପାନିର ଛୋଟିଆ ଭୁଲ୍‌ ପାଇଁ ତାକୁ ବଡ଼ ତଣ୍ଡ ଦେବାକୁ ପଡ଼ିଛି । ଏମିତି ଏକ ଘଟଣା ଘଟିଛି ଆମେରିକାର ଲସ୍‌ ବେଗାସ୍‌ରେ । ଆମେରିକାର ମଡେଲ ତଥା ଅଭିନେତ୍ରୀ ଶାଣ୍ଟିଲ ଗ୍ୟାକ୍‌ଲେନ୍‌ ଏକ ବିସ୍କୁଟ ଖାଇବା ଦ୍ୱାରା ତାଙ୍କର ଆଲର୍ଜିରୁ ବ୍ରେନ୍‌ ଡ୍ୟାମେଜ ହୋଇଯାଇଥିଲା । ଫଳରେ ପରିବାର ପକ୍ଷରୁ କୋର୍ଟରେ ମାମଲା ଦାୟର କରାଯାଇଥିଲା । ଲସ୍‌ ବେଗାସ୍‌ର ଏକ କୋର୍ଟ ଏହି ମାମଲାର ବିଚାର କରି ଅଭିନେତ୍ରୀଙ୍କ ପରିବାରକୁ ୨୯.୫ ମିଲିୟନ୍‌ ବା ୨୨୨ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିସ୍କୁଟ ଖାଇବା ଦ୍ୱାରା କିପରି ହେଲା ଏହି ରୋଗ : ଏହା ଏକ ପ୍ରକାର ଏଲର୍ଜି ରୋଗ । ଏହାକୁ ମେଡିକାଲ ଭାଷାରେ ଏନ୍‌ଫାୟୋଲେକ୍ସିସ୍‌ କୁହାଯାଏ । ବିସ୍କୁଟରେ କୌଣସି ଫଙ୍ଗସ ସୃଷ୍ଟି ହେଲେ କିମ୍ବା କୌଣସି କୀଟ ଏଥିରେ ଥିଲେ ଏପରି ଆଲର୍ଜି ସୃଷ୍ଟି ହୋଇଥାଏ ।  ଏହି ରୋଗ ହେଲେ ବ୍ଲଡ୍‌ ପ୍ରେସର କମିଯାଏ । ଏପରିକି ଜୀବନ ଯିବାର ମଧ୍ୟ ବହୁ ସମ୍ଭାବନା ରହିଥାଏ ।୨୦୧୩ ମସିହାରେ ଏକ ଫ୍ୟାସନ୍‌ ଶୋ’ରେ ଶାଣ୍ଟିଲ ଯୋଗ ଦେବାକୁ ଯାଇଥିବା ବେଳେ ତାଙ୍କର ଜଣେ ବନ୍ଧୁ ତାଙ୍କୁ ଏହି ବିସ୍କୁଟ ଖାଇବାକୁ ଦେଇଥିଲେ । ଏହାକୁ ଖାଇ ତାଙ୍କର ଆଲର୍ଜି ସୃଷ୍ଟି ହୋଇଥିଲା । ଫଳରେ ସେ ଏନ୍‌ଫାୟୋଲେକ୍ସିସ୍‌ ସକ୍‌ରେ ଚାଲିଯାଇଥିଲେ । ୩୫ ବର୍ଷୀୟା ଶାଣ୍ଟିଲ ଏହି ରୋଗରୁ ଏପର୍ଯ୍ୟନ୍ତ ଠିକ୍‌ ହୋଇ ନାହାଁନ୍ତି ।ପରିବାର ପକ୍ଷରୁ ଏଯାଏ ତାଙ୍କର ଦେଖାଶୁଣା କରୁଛନ୍ତି । ୨୦୧୩ ରେ ସେ ବିସ୍କୁଟ ଖାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେ ରୋଗରୁ ଭଲ ହୋଇନାହାଁନ୍ତି । ବହୁ କଷ୍ଟରେ ଏବେ ସେ କଥା କହିପାରୁଛନ୍ତି । ତାଙ୍କର ଏହି ପରିସ୍ଥିତି ପାଇଁ କୋର୍ଟ ତାଙ୍କ ପରିବାରକୁ ୨୨୨ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Spread the love