ପିଲାର ବ୍ରେନ ପାୱାର ବଢାଇଥାଏ ଏହିସବୁ ଖାଦ୍ୟ

ସୁସ୍ଥ ରହିବା ପାଇଁ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ଖାଇବା ଜରୁରୀ। ଏହି ଖାଦ୍ୟ ବ୍ୟକ୍ତିଙ୍କୁ ନୀରୋଗ ରଖିବା ସହ ଉଭୟ ମାନସିକ ଓ ଶାରୀରିକ ସ୍ତରରେ ଦୃଢ କରିଥାଏ। ହେଲେ ଏମିତି ବି କିଛି ଖାଦ୍ୟ ରହିଛି, ଯେଉଁ ଖାଦ୍ୟକୁ ଖାଇଲେ ବ୍ରେନ୍‌ ପାଓ୍ବାର୍‌ ବଢିଥାଏ। ବିଶେଷକରି ପିଲାମାନଙ୍କୁ ଏହି ଖାଦ୍ୟ ଖାଇବାକୁ ଦେଲେ ସେମାନଙ୍କର ମାନସିକ ଶକ୍ତି ସକ୍ରିୟ ହେବା ସହ ପାଠ ଭଲ ମନେ ରହିଥାଏ, ଯେମିତିକି: ଡ୍ରାଏଫ୍ରୁଟ୍ସ- କୁହାଯାଏ।

ପେସ୍ତା ବାଦାମ ଓ ଅଖରୋଟ : ପ୍ରତିଦିନ କିଛି କିଛି ପେସ୍ତା ବାଦାମ ଓ ଅଖରୋଟ ପିଲାମାନଙ୍କୁ ଖାଇବାକୁ ଦେଲେ ସେମାନଙ୍କର ମସ୍ତିଷ୍କ ବେଶ୍‌ ସକ୍ରିୟ ହୋଇଥାଏ।

ଅଣ୍ଡା : ଏଥିରେ ପ୍ରୋଟିନ୍‌ ଏବଂ ଅନ୍ୟ ଜରୁରୀ ପୋଷକ ତତ୍ତ୍ୱ ପ୍ରଚୁର ମାତ୍ରାରେ ରହୁଥିବାରୁ ପିଲାମାନଙ୍କୁ ଏହାକୁ ଖାଇବାକୁ ଦେଲେ ସେମାନଙ୍କର ଏକାଗ୍ରତା ଶକ୍ତି ବଢିଥାଏ ବୋଲି ବିଶ୍ୱାସ କରାଯାଏ।

ସବୁଜ ପନିପରିବା : ଖାସ୍‌ କରି ଶିମ୍‌ଲା ଲଙ୍କା, ଗାଜର, ବ୍ରୋକଲି, ପାଳଙ୍ଗ ଶାଗ ତଥା ଅନ୍ୟାନ୍ୟ ତଟକା ପନିପରିବା ପିଲାମାନଙ୍କୁ ଖାଇବା ଦେଲେ ସେମାନଙ୍କ ଶରୀର ଭଲ ରହିବା ସହ ତାଙ୍କର ସ୍ମୃତିଶକ୍ତି ବି ପ୍ରଖର ହୋଇଥାଏ ବୋଲି କୁହାଯାଏ।

କ୍ଷୀର : ବିଶେଷକରି ପାଠପଢୁଆ ପିଲାମାନଙ୍କ ପାଇଁ ନିୟମିତ କ୍ଷୀର ପିଇବା ଆବଶ୍ୟକ। କାରଣ ଏଥିରେ ସବୁ ପ୍ରକାରର ଭିଟାମିନ୍‌ ଭରି ରହିଥାଏ। ଆଉ ଏହା ସେମାନଙ୍କୁ ବଳୁଆ କରିବା ସହ ବୁଦ୍ଧିଆ ବି କରାଇଥାଏ।

Spread the love