ରାଜଧାନୀରୁ ସାଢ଼େ ୪ କେଜି ବ୍ରାଉନ୍‌ସୁଗର ଜବତ

ରାଜଧାନୀରୁ ଜବତ ହେଲା ସାଢ଼େ ୪ କିଲୋ ବ୍ରାଉନସୁଗର। ରସୁଲଗଡ଼ ଛକରୁ ଆଜି ଏତେ ପରିମାଣର ବ୍ରାଉନସୁଗାର ଜବତ କରିଛି କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍ ଟିମ୍‌। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି। ଏହା ହେଉଛି ଏସ୍‌ଟିଏଫ୍‌ ପାଇଁ ବଡ଼ ସଫଳତା ବୋଲି ପୁଲିସ ଡିଜି ଅଭୟ କହିଛନ୍ତି। ସେପଟେ ଗତ ୬ ମାସ ଭିତରେ ରାଜ୍ୟରୁ ମୋଟ ୧୨ କିଲୋ ବ୍ରାଉନସୁଗର ଜବତ ହୋଇଛି।ଅନ୍ୟପକ୍ଷରେ ଆଜି ରାଜଧାନୀ ଉପକଣ୍ଠ ବଡ଼ରଘୁନାଥପୁରରୁ ୭୦୬ ଗ୍ରାମର ବ୍ରାଉନ୍ ସୁଗାର ଜବତ କରାଯାଇଛି। କମିଶନରେଟ୍ ପୁଲିସ ଏକ ମାମଲାରେ ୨ ଜଣଙ୍କୁ ଗିରଫ ସହ ଏକ ଦାମୀ କାର, ସ୍କୁଟି ଓ ୩ ମୋବାଇଲ ଜବତ କରିଛି। ଏମାନେ ଜଳେଶ୍ୱରରୁ ବ୍ରାଉନସୁଗାର ଆଣି ଭୁବନେଶ୍ୱରରେ ବିକ୍ରି କରୁଥିବା ବେଳେ ଜଟଣୀ ଥାନା ପୁଲିସ ଓ କ୍ୟୁଏଟି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢଉ କରିଥିଲା।

Spread the love