୧୬୫ ଗ୍ରାମ ବ୍ରାଉନସୁଗାର ଜବତ, ମୋବାଇଲ୍‌ ସହ ବାଇକ୍‌ ଜବତ, ଦୁଇ ଗିରଫ

ପୁରୀ, ୧୧/୦୧: ପୁରୀ ପୋଲିସକୁ ପୁଣିଥରେ ବଡ଼ ସଫଳତା। ଚନ୍ଦନପୁର ଥାନା ପୋଲିସ ଦ୍ୱାରା ୧୬୫ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଏଥିସହ ୭,୫୬୦ ଟଙ୍କା, ଦୁଇଟି ମୋବାଇଲ, ଗୋଟିଏ ବାଇକ ଜବତ କରାଯାଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୧୬ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ପୋଲିସ କହିଛି। ଏହି ଘଟଣାରେ ବଳଙ୍ଗା ଥାନା ଭାନପୁରର ସୁନୀଲ ଦାସ ଓ ପିପିଲିର କାର୍ତ୍ତିକ ଚନ୍ଦ୍ର ବୋଷଙ୍କୁ ଏନଡିପିଏସ ଆକ୍ଟ ୨୧(ବି)ରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ଚନ୍ଦନପୁର ଥାନା ଆଇଆଇସି ସୁଶାନ୍ତ କୁମାର ବେହେରା ଓ ଏସଡିପିଓ କିଶୋର ଚନ୍ଦ୍ର ମୁଣ୍ଡଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇ ଚନ୍ଦନପୁର ସିଡ଼ି ଛକ ନିକଟରୁ ଦୁହିଁଙ୍କୁ ଗିରଫ କରାଯାଇଥିଲା। ଘଟଣାର ଅଧିକ ତଦନ୍ତ ଚାଲୁରହିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ସଦର ଏସଡିପିଓ କହିଛନ୍ତି।

Spread the love