୫୬ଲକ୍ଷ ଟଙ୍କାର ଧଳା ଜହର ଜବତ, ବେପାରୀ ଗିରଫ

ଭୋଗରାଇ ୬।୧: ପୁଣି ଧଳା ଜହର ଜବତ କଲା ଭୋଗରାଇ ଅବକାରୀ ବିଭାଗ । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଚନ୍ଦନେଶ୍ବର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ନିକଟରୁ ୫୬୨ ଗ୍ରାମ ଧଳା ଜହର ଜବତ ହୋଇଛି।  ଯାହାର ଆନୁମାନିକ ମୂଲ୍ୟ ୫୬ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗର ବିର୍ଭୁମ ଜିଲ୍ଲାରୁ ଜଳେଶ୍ବରକୁ ଦିଘା ରାସ୍ତା ଦେଇ ଚନ୍ଦନେଶ୍ବରକୁ ପ୍ରବେଶ କରୁଥିବା ବେଳେ ଅବକାରୀ କନେଷ୍ଟବଳ ରାଜୀବ ଭଞ୍ଜ ଗ୍ରାହକ ସାଜି ଧଳା ଜହର ବେପାରୀକୁ ଅଟକାଇଥିଲେ । ଏହାପରେ ବେପାରୀକୁ ଗିରଫ କରାଯାଇଛି । ତଦନ୍ତ ଚାଲିଛି ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ ।

Spread the love