୨ଲକ୍ଷରୁ ଉର୍ଦ୍ଧ୍ୱ ବ୍ରାଉନସୁଗାର ଜବତ ସହ ତିନି ଅଭିଯୁକ୍ତଙ୍କୁ ଗିରଫ

ଭଦ୍ରକ: ବିନା ହେଲମେଟ ଓ ତିନି ଜଣିଆ ବାଇକ ଚଲାଇ ଧରାପଡିଲେ ବ୍ରାଉନସୁଗାର ବେପାରୀ। ଚେକିଂ ବେଳେ ଧରାପଡିଥିଲେ ଓ ସନ୍ଦେହ ହାବଭାଵ ଦେଖି ତଲାସୀ ବେଳେ ପୋଲିସ ଜବତ କଲା ୨୧ଗ୍ରାମ ବ୍ରାଉନସୁଗାର ଓ ନଗଦ ଟଙ୍କା। ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅର୍ଣ୍ଣପାଳ ଛକ ନିକଟରେ ପୋଲିସ ଦ୍ୱାରା ଚେକିଂ କରାଯାଉଥିଲା।ଏହି ସମୟରେ ଗୋଟିଏ ବାଇକ ଯୋଗେ ତିନି ଜଣ ଯୁବକ ବିନା ହେଲମେଣ୍ଟରେ ବେପାରୁଆ ଭାବେ ଗାଡି ଚଳାଇ ଯାଉଥିଲେ।ଏହି ସମୟରେ ପୋଲିସ ସେମାନଙ୍କୁ ଅଟକାଇ ଚେକିଂ କରିବାରୁ ସେମାନଙ୍କ ନିକଟରୁ ବ୍ରାଉନ ସୁଗାର ଜବତ ହୋଇଥିଲା। ୨୧ ଗ୍ରାମର ବ୍ରାଉନ ସୁଗାର ଜବତ ହେବା ସହ ନଗଦ ୨୭ହଜାର ଟଙ୍କା, ମୋବାଇଲ ଓ ବାଇକକୁ ଜବତ କରିଛି ପୋଲିସ।ଏଥିରେ ସମ୍ପୃକ୍ତ ତିନି ଜଣଙ୍କୁ ଗିରଫ କରିଛି ଗ୍ରାମାଞ୍ଚଳ ପୋଲିସ ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଉଥିବା ପୋଲିସ କହିଛି। ଏଥିରେ ଆଉ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ଏ ନେଇ ଅଧିକ ତଦନ୍ତ ଚଳାଇଛି ଗ୍ରାମାଞ୍ଚଳ ପୋଲିସ।

Spread the love