ତ୍ୱଚାକୁ ସୁନ୍ଦର କରେ ପାଉଁରୁଟି

ତ୍ୱଚାର ସୌନ୍ଦର୍ଯ୍ୟ ବଜାୟ ରଖିବା ଆମେ ବିଭିନ୍ନ ପ୍ରକାର ପ୍ରସ୍ତୁତି କରିଥାଉ। ଏଥିପାଇଁ ସ୍କ୍ରବ କରିବା ମଧ୍ୟ ଉପକାରୀ। ଘରେ ଥିବା କିଛି ଜିନିଷକୁ ବ୍ୟବହାର କରି ସ୍କ୍ରବ କରିପାରିବେ। ଅଟା ଠାରୁ ଆରମ୍ଭ କରି ଚିନି ଓ ସର ମଧ୍ୟ ବ୍ୟବହାର କରି ପାରିବେ। ଏହା ବ୍ୟତୀତ ପାଉଁରୁଟି ସ୍କ୍ରବ ମଧ୍ୟ ତ୍ୱଚା ପାଇଁ ଖୁବ ଉପକାରୀ। ପାଉଁରୁଟିରେ ସ୍କ୍ରବ ଏହାକୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ। ଅଧିକାଂଶ ଘରେ ପାଉଁରୁଟିର ପ୍ରଥମ ଓ ଶେଷ ୨ଟି  ଖାଇନଥାଆନ୍ତି। ଅନେକ ସମୟରେ ପାଉଁରୁଟି କିଛିଟା ମଧ୍ୟ ବଞ୍ଚିଯାଇଥାଏ। ଜାଣନ୍ତୁ କିଭଳି ଏହାକୁ ବ୍ୟବହାର କରିବେ-

ପ୍ରଥମେ କଞ୍ଚା କ୍ଷୀରରେ ପାଉଁରୁଟିକୁ ଭିଜାଇ ଦିଅନ୍ତୁ। ଇଚ୍ଛା ମୁତାବକ ଏଥିରେ ମହୁ ମଧ୍ୟ ମିଶାଇ ପାରିବେ। ମାତ୍ର କ୍ଷୀର ଅଧିକ ପରିମାଣରେ ନେବେ ନାହିଁ। ଅଳ୍ପ କ୍ଷୀରରେ ପାଉଁରୁଟିକୁ ଖଣ୍ଡ ଖଣ୍ଡ କରି ଭିଜାଇ ଦିଅନ୍ତୁ। କିଛି ସମୟରେ ପରେ ହାତରେ ଏହାକୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏହାକୁ ମୁହଁରେ ଲଗାଇ  ୧୫ ରୁ ୨୦ ମିନିଟ ରଖିବା ପରେ ମୁହଁ ଧୋଇ ଦିଅନ୍ତୁ। ଏହାପରେ ମୁହଁରେ ବ୍ୟବହାର କରୁଥିବା କିଛି କ୍ରିମ ଲଗାଇ ଦିଅନ୍ତୁ। ଏହି ମିଶ୍ରଣକୁ ଆପଣ ଗୋଡ,ହାତ ଓ ବେକ ପାଇଁ ମଧ୍ୟ ବ୍ୟବହାର କରିପାରିବେ।ଏହା କରିବା ଦ୍ୱାରା ଆପଣଙ୍କୁ ସୁନ୍ଦର ଓ ସତେଜ ତ୍ୱଚା ମିଳିଥାଏ।

Spread the love