ବ୍ରେଡ ପିଜା

ଆବଶ୍ୟକୀୟ ସାମଗ୍ରୀ :

– ୬ଟି ସ୍ୟାଣ୍ଡଓ୍ଵିଚ ବ୍ରେଡ ସ୍ଲାଇଡ

– ଆବଶ୍ୟକ ଅନୁସାରେ ବଟର

– ପିଜା ସସ୍‌ ଆବଶ୍ୟକ ଅନୁସାରେ

– ୧ ମିଡିୟମ ପିଆଜ

– ୧ ମିଡିୟମ ଶିମଳା ମିର୍ଚ

– ୧ ମିଡିୟମ ଟମାଟର

– ୫ ରୁ ୬ ଓଲିବ୍ସ

– ଆବଶ୍ୟକ ଅନୁସାରେଆର୍ଗୋନୋ

– ଶୁଖିଲା ତୁଳସୀ ଆବଶ୍ୟକ ଅନୁସାରେ

– ୧ରୁ ୧.୨୫ କପ୍‌ ଖଣ୍ଡ ଖଣ୍ଡ ହୋଇଥିବା ପିଜା ଚିଜ

– ରେଡ୍‌ ଚିଲି ଫ୍ଲେକ୍ସ

ପ୍ରସ୍ତୁତି ବିଧି :

ବ୍ରେଡ ପିଜା ତିଆରି କରିବା ପାଇଁ ପ୍ରଥମେ ଏକ ପ୍ୟାନ୍‌କୁ ଗରମ କରି ଏହା ଉପରେ ୧ ଚାମଚ ଓଲିଭ ଅଏଲ୍‌ ପକାନ୍ତୁ । ଆଞ୍ଚକୁ କମ ରଖନ୍ତୁ । ଏବେ ଏହା ଉପରେ ବ୍ରେଡ ସ୍ଲାଇସ ରଖି ଏହାକୁ ହାଲକା ସେକି ଦିଅନ୍ତୁ । ଏବେ ଏହା ଉପରେ ଅଳ୍ପ ପିଜା ସସ୍‌ ପକାନ୍ତୁ । ଏବେ ଏହା ଉପର ପିଆଜ ଓ ସବୁ କଟା ସବଜୀ ପକାନ୍ତୁ । ଆଞ୍ଚ କମ ରଖିବା ଯେପରି ନ ଭୁଲନ୍ତି । ଆର୍ଗୋନୀ ଓ ତୁଳସୀ ଶୁଖିଲା ଜିନିଷ ଏହା ଉପର ପକାନ୍ତୁ ଓ କଳା ମରିଚ ପାଉଡର ଏହା ଉପରେ ପକାନ୍ତୁ ।

ଏବେ ଏହା ଉପରେ କଟା ହୋଇଥିବା ଚିଜ ପକାନ୍ତୁ । ଆଞ୍ଚ କମ କରି ବ୍ରେଡ ପିଜା ଉପରେ ଢ଼ାଙ୍କୁଣୀ ଘୋଡାନ୍ତୁ । ଚିଜ ତରଳି ଯାଇ ବ୍ରେଡ ଟୋଷ୍ଟ ହେବା ଯାଏ ଆଞ୍ଚ ଉପରେ ରଖନ୍ତୁ । ଏବେ ପିଜାକୁ କାଢ଼ି ପ୍ଲେଟରେ ରଖନ୍ତୁ । ଏବେ ଏହା ଉପରେ ରେଡ ଚିଲି ଓ ଫ୍ଲେକ୍ସ ଛିଞ୍ଚନ୍ତୁ । ତିଆରି ହୋଇଗଲା ଆପଣଙ୍କ ବ୍ରେଡ ପିଜା । ଗରମା ଗରମ ପିଲାଙ୍କୁ ପରଶନ୍ତୁ ।

Spread the love