ବ୍ରେଡ୍ ପିଜ୍ଜା

ଆବଶ୍ୟକୀୟ ସାମଗ୍ରୀ

ବ୍ରେଡ୍ – ୫ ପିସ୍ (ବଡ ସାଇଜ୍ ବ୍ରେଡ୍)

ମୋଜରେଲା ଚିଜ୍ – ୫୦ ଗ୍ରାମ୍

ସେଓ – ୧୦୦ ଗ୍ରାମ୍

ସିମଲା ଲଙ୍କା – ଗୋଟିଏ କିମ୍ବା ଦୁଇଟି

ଚିଲି ସସ୍ – ୫ ଛୋଟ ଚାମଚ୍

ଧଳା ଲଙ୍କା ପାଉଡର – ଦୁଇ ଚୁଟକି

ଲୁଣ – ସ୍ବାଦ ଅନୁସାରେ

ଟମାଟୋ ସସ୍ – ୧୦ ଛୋଟ ଚାମଚ

ପ୍ରସ୍ତୁତି ପ୍ରଣାଳୀ

ବ୍ରେଡ ସ୍ଲାଇସକୁ ଏକ ବଡ ପାତ୍ରରେ ଗୋଲ ଗୋଲ କରି କାଟି ରଖନ୍ତୁ। ସେଓକୁ ଛଡାଇ ଛୋଟ ଛୋଟ କରି କାଟନ୍ତୁ। ଏହାପରେ ଚିଲି ସସ୍, ଟମୋଟୋ ସସ୍, ଧଳା ଲଙ୍କା ପାଉଡର ଏବଂ ସାମାନ୍ୟ ଲୁଣ ମିଶାଇ ଗୋଳାଇ ଦିଅନ୍ତୁ। ଟମାଟୋ ଏବଂ ସିମଲା ଲଙ୍କାକୁ ଲମ୍ବା-ଲମ୍ବା କରି କାଟି ରଖନ୍ତୁ। ଏକ ଫ୍ରାଏ ପ୍ୟାନରେ ମଖନ ପକାଇ ଗରମ କରନ୍ତୁ ଏହାପରେ ବ୍ରେଡ ସ୍ଲାଇସକୁ ପକାଇ ହାଲୁକା ଆଞ୍ଚରେ ଗରମ କରନ୍ତୁ, ଯେପରି ବ୍ରେଡ ଥଣ୍ଡା ହୋଇଗଲା ପରେ କ୍ରିସପି ହୋଇଯିବ।

ବ୍ରେଡ ସ୍ଲାଇସକୁ ଏକ ପ୍ଲେଟରେ ରଖନ୍ତୁ ଏବଂ ସସ୍ କୁ ବ୍ରେଡ ଉପରେ ଭଲଭାବେ ଲଗାନ୍ତୁ। ଏହାପରେ ବ୍ରେଡ ଉପରେ ପୂର୍ବରୁ ରଖିଥିବା ମିଶ୍ରଣକୁ ପକାନ୍ତୁ। ଏବେ ଏହା ଉପରେ ମୋଜରେଲା ଚୀଜ୍ ଗ୍ରେଟ କରନ୍ତୁ। ମଖନ ଏବଂ ତାର ଉପେର ଟମାଟୋ ଏବଂ ସିମଲା ଲଙ୍କାରେ ସଜାନ୍ତୁ। ଏହାପରେ ଏହି ପିଜ୍ଜାକୁ ନେଇ ଓଭନରେ ୧୨୦ ଡିଗ୍ରୀ ସେଣ୍ଟିଗ୍ରେଟରେ ୧୫ ମିନିଟ ପର୍ଯ୍ୟନ୍ତ ବେକ୍ କରନ୍ତୁ। ୧୫ ମିନିଟ ହୋଇଗଲା ପରେ ଏହାକୁ ଏକ ପ୍ଲେଟକୁ କାଢ଼ି ଗରମା ଗରମ ପିଜ୍ଜାକୁ ପରଷନ୍ତୁ।

Spread the love