ଋଷ – ୟୁକ୍ରେନ ଯୁଦ୍ଧରେ ଲାଗିପାରେ ବ୍ରେକ୍

ନୂଆଦିଲ୍ଲୀ: ଯୁଦ୍ଧକୁ ୩୨ଦିନ ବିତିଯାଇଥିଲେ ମଧ୍ୟ ଶାନ୍ତି ନଥିଲା।୩୩ଦିନ ପରେ ବଢ଼ିଲା ଶାନ୍ତିର ଆଶା।ତୁର୍କୀରେ ଆଲୋଚନା କରିବାକୁ ଯାଉଛନ୍ତି ଋଷ-ୟୁକ୍ରେନ।ମାର୍ଚ୍ଚ ୨୮ରୁ ୩୦ ମଧ୍ୟରେ ଏହି ବୈଠକ ହେବାର ସମ୍ଭାବନା ଅଛି । ୟୁକ୍ରେନ ରାଜନେତା ଡେଭିଡ ଆରକାମିଆ ଏକ ଫେସବୁକ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ଯଦିଓ, ଉଭୟ ପକ୍ଷ ସାମ୍ପ୍ରତିକ ପରିସ୍ଥିତି ବିଷୟରେ ଅନେକ ଥର ଆଲୋଚନା କରିଛନ୍ତି  କିନ୍ତୁ ଏପର୍ଯ୍ୟନ୍ତ କୌଣସି ଠିକ ପ୍ରସଙ୍ଗ ଉପରେ ସହମତି ହୋଇ ନାହିଁ ।

ପରବର୍ତ୍ତୀ ଶାନ୍ତି ଆଲୋଚନା ତୁର୍କୀରେ ଅନୁଷ୍ଠିତ ହେବ ବୋଲି ଋଷର ବୁଝାମଣାକାରୀ ଭ୍ଲାଡିମିର୍ ମେଡିନ୍ସକି ନିଶ୍ଚିତ କରିଛନ୍ତି । ସେ କହିଛନ୍ତି ଯେ ଆଲୋଚନା ମଙ୍ଗଳବାରରୁ ଆରମ୍ଭ ହୋଇ ବୁଧବାରରେ ଶେଷ ହେବ । ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏରଦଗାନ୍ କହିଛନ୍ତି ଯେ ଦୁଇ ଦେଶ ୬ଟି ପଏଣ୍ଟରୁ ବୁଝାମଣା କରିଛନ୍ତି ।

ସୂଚନା ମୁତାବକ, ଋଷ ବର୍ତ୍ତମାନ ଡୋନେଟସ୍କ ଏବଂ ଲୁହାନସ୍କ ଅଞ୍ଚଳକୁ କାବୁ କରିବାକୁ ଚେଷ୍ଟା କରୁଛି । ଏହି ଦୁଇଟି ଅଞ୍ଚଳକୁ ସାମୂହିକ ଭାବରେ ଡୋନବାସ୍ ଅଞ୍ଚଳ କୁହାଯାଏ । ୨୦୧୪ ପରଠାରୁ, ଏହି ଅଞ୍ଚଳ ଋଷ ସମର୍ଥିତ ବିଚ୍ଛିନ୍ନତାବାଦୀଙ୍କ ଦ୍ୱାରା ଆଂଶିକ ଦଖଲ କରାଯାଇଛି । ଋଷ ସମର୍ଥିତ ବିଚ୍ଛିନ୍ନତାବାଦୀମାନେ ୟୁକ୍ରେନର ଅଞ୍ଚଳକୁ ଡୋନେଟସ୍କ୍ ପିପୁଲ୍ସ ରିପବ୍ଲିକ୍ ଏବଂ ଲୁହାନସ୍କ ପିପୁଲ୍ସ ରିପବ୍ଲିକ୍ ବୋଲି କହିଛନ୍ତି ।

Spread the love