ପୁଣି ବିଚାର ବିଭାଗୀୟ ହାଜତକୁ ଗଲେ ଲାଞ୍ଚୁଆ ଡିଏସପି

ଢେଙ୍କାନାଳ: ୩୦ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ଵାରା ଗିରଫ ଢେଙ୍କାନାଳର ସଦର ଥାନା ଅଧିକାରୀ ଭାବେ ଡାୟିତ୍ଵରେ ଥିବା ଡି ଏସପି ଅଭିନବ ଡାଲୁଆଙ୍କ ଦୁଇ ଦିନିଆ ରିମାଣ୍ଡ ସରିଛି। ଏହା ପରେ ଆଜି ଭିଜିଲାନ୍ସ ପକ୍ଷରୁ ପୁଣି ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି। ତାଙ୍କୁ ପୁଣି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସେପଟେ ତାଙ୍କର ଗତ ୯ ତାରିଖରେ ଥିବା ଜାମିନ ଆବେଦମର ଶୁଣାଣିକୁ ପୁଣି ୧୪ ତାରିଖକୁ ଘୁଞ୍ଚାଇ ଦିଆଯାଇଥିବା ଭିଜିଲାନ୍ସ କୋର୍ଟ ପକ୍ଷରୁ ଜଣାପଡିଛି । ତେବେ ଭିଜିଲାନ୍ସ ପକ୍ଷରୁ ଗତ ୮ତାରିଖରୁ ରିମାଣ୍ଡରେ ନେଇ ତାଙ୍କର ସ୍ଵର ବା ଭଏସ ସାମ୍ପୁଲ  ଯାଞ୍ଚ ପାଇଁ  ଫୋରେନ୍ସିକ ଲାବ୍ରୋଟେରୀକୁ ପଠାଇଛି ।

ଅପରପକ୍ଷରେ ଲାଞ୍ଚୁଆ ଡିଏସପି ବେଆଇନ ଭାବେ ଠୁଳ କରିଥିବା ବିଭିନ୍ନ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସମ୍ପର୍କରେ ଭିଜିଲାନ୍ସ ପକ୍ଷରୁ ବାଲେଶ୍ୱର, କେନ୍ଦୁଝର, ଯାଜପୁର, ଖୋର୍ଦ୍ଧା,  ଜଟଣୀ  ଓ ଢେଙ୍କାନାଳର ବିଭିନ୍ନ ଜାଗାରେ ଚଢ଼ାଉ କରି ଛାନ ଭିନ କରିଛି । ଡ଼ିଏସପି ଡାଲୁଆ ତାଙ୍କ ପତ୍ନୀ, ଶାଶୁ ଓ ଶଳା ନାମରେ  କେବଳ  ଜଟଣୀ , ଖୋର୍ଦ୍ଧା, ଯାଜପୁର, କେନ୍ଦୁଝର ଓ ଢେଙ୍କାନାଳରୁ ୧୪ଟି ପ୍ଲଟ ଠାବ କରିଛି ଭିଜିଲାନ୍ସ । ଯାହାର ମୂଲ୍ୟ ୨କୋଟି ଟଙ୍କାରୁ ଉର୍ଧ୍ବ ହେବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

ଅପରପକ୍ଷରେ ତାଙ୍କର ବିଭିନ୍ନ ଜାଗାରେ ନାମୀ ଦାମୀ ତଥା ବହୁ ମୂଲ୍ୟର କୋଠା ଘର, ବ୍ୟାପକ ବ୍ୟାଙ୍କ ବାଲାନ୍ସ, ବୀମା ବଣ୍ଡ, ଗାଡି ଆଦି ଏକ ଲମ୍ବା  ତାଲିକା ଭିଜିଲାନ୍ସ ହାତରେ ଲାଗିଥିବା ବିଶେଷ ସୂତ୍ରରୁଜଣାପଡିଛି । ଯାହାକି ଭିଜିଲାନ୍ସ ପକ୍ଷରୁ ଛାନ ଭିନ ଚାଲିଥିବା ବେଳେ ଆକଳନ ଚାଲିଛି । ସୂଚନା ଥାଉକି , ଅଭିନବ ଡାଲୁଆ ଢେଙ୍କାନାଳ ଜିଲ୍ଲାରେ ଅବସ୍ଥାପିତ ପର ଠାରୁ ଚୋରା ବ୍ରାଉନ ସୁଗାର, କୋଇଲା, ଗୋରୁ ଚାଲାଣ , ବାଲି ଓ ପଥର ଖଣି ମାଫିଆଙ୍କ ସହ ସଲାସୁତୁରାରେକୋଟି କୋଟି ଟଙ୍କା ବେଆଇନ ସମ୍ପତି ଠୁଳ କରୁଥିବା ଅନେକ ଅଭିଯୋଗ ହୋଇଥିଲା । ଫଳରେ ଭିଜିଲାନ୍ସରେ ଟ୍ରାପ ପରେ ଏହି ଲାଞ୍ଚୁଆ ଡ଼ିଏସପି ର କଲା ସାମ୍ରାଜ୍ୟର କଳା ସମ୍ପତ୍ତିର ତାଲିକା ଖୋଲିବାରେ ଲାଗିଛି ।

Spread the love