ବର ଟଙ୍କା ଗଣିପାରିଲାନି ବୋଲି , ବାହା ହେବାକୁ ମନା କଲା କନିଆଁ

ଧୁମଧାମରେ ବାହାଘର ପାଇଁ ଝିଅ ଘରେ ପହଞ୍ଚିଲା ବର ଓ ବରଯାତ୍ରୀ । ହେଲେ ବାହାଘର ହୋଇପାରିଲାନି । କାରଣ ବାଟବରଣୀ ବେଳେ ଜଣାପଡିଗଲା ବର ଜଣକ ପୁରା ଅପାଠୁଆ । ମାତ୍ର ୨୧୦୦ ଟଙ୍କାକୁ ଗଣିପାରିଲାନି । ଏହାପରେ ବାହା ହେବାକୁ ମନା କରିଦେଲା କନିଆଁ । ଫଳରେ ଶିଶୁପାଳ ହୋଇ ଘରକୁ ଫେରିଲା ବର । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶ ଫାରୁଖାବାଦରେ । ବାଟବରଣୀ ସମୟରେ କନ୍ୟାର ଭାଇ ବରକୁ ୨୧୦୦ ଟଙ୍କା ଭେଟି ଦେଇଥିଲେ । ହେଲେ ବର ଏହାକୁ ଗଣିପାରିଲାନି । ଏଖବର ଯାଇ କନ୍ୟା ପାଖରେ ପହଞ୍ଚିଲା । ଫଳରେ ବାହା ହେବାକୁ ରୋକଠୋକ୍ ମନା କରିଦେଇଥିଲା କନ୍ୟା । ବାଧ୍ୟ ହୋଇ ଫେରିଥିଲା ବର ଓ ବରଯାତ୍ରୀ । ଏ ମାମଲା ଥାନା ପର୍ଯ୍ୟନ୍ତ ଯାଇଥିଲେ ବି କିଛି ସମାଧାନର ବାଟ ଫିଟିନଥିଲା । ବାହା ହେବାକୁ କେବେବି ରାଜି ହୋଇନଥିଲା ଝିଅ ।

Spread the love