ସଂକ୍ଷେପରେ ଖବର

୧-ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ରେ ୭ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି, ୨ଲକ୍ଷ ୪୭ ହଜାର ୮୯୨ ଜଣଙ୍କୁ ନିଯୁକ୍ତି ମିଳିବା ସମ୍ଭାବନା।

୨-ଭୁବନେଶ୍ୱର:ସରକାରୀ ଭେଷଜ ମହାବିଦ୍ୟାଳୟରେ ନିଯୁକ୍ତ ହେବେ ୨୭୪ ସହକାରୀ ପ୍ରଫେସର।

୩-କୋଣାର୍କ : ଇକୋ ରିଟ୍ରିଟର ଚତୁର୍ଥ ସଂସ୍କରଣ, କୋଣାର୍କ ଏବଂ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୪-ଓଡିଶାରେ ଏକ ଲକ୍ଷ କୋଟି ଟଙ୍କା ପୁଞ୍ଜି ନିବେଶ କରିବ ଜେଏସଡବ୍ଲ୍ୟୁ, ଘୋଷଣା କଲେ ସଜ୍ଜନ ଜିନ୍ଦଲ।

୫-ମାଲକାନଗିରି ଜିଲ୍ଲା ଦୁମାଲିଗୁଡ଼ା ଗାଁ:ପରମ୍ପରା ନାଁରେ କୁକୁଡା ଲଢେଇ, ୪ଜଣଙ୍କ ସହ ଥାନା ଗଲା ଗଞ୍ଜା।

୬-ଅର୍ଚ୍ଚନା ନାଗ ମାମଲାରେ ତଦନ୍ତ ଜୋରଦାର: ଇଡିରେ ହାଜର ହେଲେ ହୋଟେଲ୍‌ ବ୍ୟବସାୟୀ ଶିବ ପ୍ରସାଦ ଦାସ।

୭-ଡିସେମ୍ବର ୩ରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ କିଟ୍‌ ନହ୍ନିପରୀ ଅଡିସନ, ପ୍ରତିଯୋଗୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ।

୮-ପୁରୀ-ଗୁଣୁପୁର ଟ୍ରେନରେ ଯାତ୍ରୀଙ୍କୁ ନିଶା ଦେଇ ଲୁଟ୍। ପଇଡରେ ନିଶା ଦ୍ରବ୍ୟ ଦେଇ ଗୋଟିଏ ପରିବାରର ୪ଜଣଙ୍କ ଠାରୁ ଲୁଟ।

୯-ଶୀତରେ ଆସୁଛି ଲଘୁଚାପ, ୪ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ,୫ରେ ଲଘୁଚାପରେ ପରିଣତ ସମ୍ଭାବନା ।

୧୦-ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ମାମଲା। ମହାଲିଙ୍ଗ କଲେଜ ପ୍ରିନ୍ସିପାଲ ଓ ଅଧ୍ୟାପକଙ୍କୁ ଗିରଫ ପରେ କୋର୍ଟ ଚାଲାଣ।

୧୧-୨୦୨୦-୨୨ରେ କୋଭିଡ଼ ନେଇଛି ୨୦ହଜାରରୁ ଅଧିକ ଜୀବନ, ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ଲିଖିତ ଉତ୍ତର।

୧୨-ବାରିପଦା:୨ଟି ଟ୍ରକ୍‌କୁ ୨ କୋଟି ଟଙ୍କାର ଜରିମାନା କଲା ଅବକାରୀ ଓ ଜିଏସ୍‌ଟି ଟିମ୍‌, ଦେଇନଥିଲେ ଟ୍ୟାକ୍ସ।

୧୩-ମାନବଜଗତର କଲ୍ୟାଣ ପାଇଁ ଜି୨୦ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବ ଭାରତ – ପ୍ରଧାନମନ୍ତ୍ରୀ।

୧୪-ଭାରତୀୟ କ୍ରିକେଟ ଟିମ୍‌ ସିଲେକ୍ଟର ପାଇଁ ଆବେଦନ କଲେ ଚେତନ ଶର୍ମା ଏବଂ ଅଜିତ୍‌ ଅଗରକର, ଚେତନଙ୍କୁ ପୂର୍ବରୁ ବିସିସିଆଇ କରିଥିଲା ବରଖାସ୍ତ।

୧୫-BELରେ ବମ୍ପର ନିଯୁକ୍ତି, ଇଂଜିନିୟରିଂ କରିଥିଲେ ତୁରନ୍ତ କରନ୍ତୁ ଆବେଦନ: bel-india.in।

୧୬-ପରୀକ୍ଷାମୂଳକ ଭାବେ ଡିଜିଟାଲ ଟଙ୍କା ପ୍ରଚଳନ ଆରମ୍ଭ କଲା ରିଜର୍ଭ ବ୍ୟାଙ୍କ।

୧୭-ଗୁଜରାଟ ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ହେଲା ୫୯% ମତଦାନ।

୧୮-ଉତ୍ତର ଆଫଗାନିସ୍ଥାନ:ପ୍ରାର୍ଥନା ବେଳେ ମଦ୍ରାସାରେ ବୋମା ବିସ୍ଫୋରଣ, ୧୯ ଛାତ୍ର ମୃତ, ୨୩ ଆହତ।

 

Spread the love