ବ୍ରିଟେନ୍ ପ୍ରଧାନମନ୍ତ୍ରୀ ହେବେ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି

ନୂଆଦିଲ୍ଲୀ, ୨/୧୨: ଆଗକୁ ଆସୁଛି ସାଧାରଣନ୍ତ୍ର ଦିବସ । ଏହାକୁ ନେଇ ଏବେ ଠାରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହେଲାଣି । ଆଗାମୀ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ବ୍ରିଟେନ୍ ର ପ୍ରଧାନମନ୍ତ୍ରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେବାକୁ ଯାଉଛନ୍ତି ।

ଏନେଇ ଆଜି ଭାରତ ସରକାରଙ୍କ ପକ୍ଷରୁ ବିଟ୍ରେନ୍ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ନିମନ୍ତ୍ରଣପତ୍ର ପଠାଯାଇଛି । ଧିରେ ଧିରେ ଆମେରିକା ଭଳି ଭାରତ ଓ ବ୍ରିଟେନ୍ ର ସମ୍ପର୍କ ମଧ୍ୟ ଦୃଢ ହେବାରେ ଲାଗିଛି । ଯାହାକୁ ଦୁଇ ଦେଶର ମୁଖ୍ୟ ଅଧିକ ଗୁରୁତ୍ୱ ଦେଉଛନ୍ତି ।

ଏହି ସମ୍ପର୍କକୁ ଆହୁରି ମଜବୁତ୍ କରିବା ପାଇଁ ଗତ ନଭେମ୍ବର ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ୍ ଯୋଗେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍‌ଙ୍କ ସହ କଥା ହୋଇଥିଲେ ଏବଂ ସାଧାରଣତନ୍ତ୍ରରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ମଧ୍ୟ କରିଥିଲେ । ଏହା ପରେ ଆଜି ଭାରତ ସରକାରଙ୍କ ପକ୍ଷରୁ ଔପଚାରିକ ଭାବରେ ବ୍ରିିଟେନ୍ ପ୍ରଧାନମନ୍ତ୍ରୀଙ୍କ ପାଖକୁ ନିମନ୍ତ୍ରଣ ପତ୍ର ପଠାଯାଇଛି ।

Spread the love