ବ୍ରାଉନସୁଗାର ଜବତ, ୨ ଗିରଫ

ଭଦ୍ରକ : ଭଦ୍ରକ ଅବକାରୀ ବିଭାଗ ର ସ୍‌ୱତନ୍ତ୍ର ଟିମ ଦ୍ୱାରା ଭଦ୍ରକ ସହରାଞ୍ଚଳ ଥାନା ଅନ୍ତର୍ଗତ ବନ୍ତଛକ ନିକଟରେ ଗୋଟିଏ ହିରୋହୋଣ୍ଡା ପେସନପ୍ଲସ ମୋଟର ସାଇକେଲ ରୁ ୨୨ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇଛି lସେମାନେ ହେଲେ ଆନନ୍ଦପୁର ଥାନା ଅନ୍ତର୍ଗତ କାଠିଆସରା ଗ୍ରାମର ଦେବାଶିଷ ନାୟକ ଓ ନନ୍ଦିପଦା ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମର ହରିହର ଜେନା l ଜବତ ବ୍ରାଉନସୁଗାର ଓ ଗାଡ଼ିର ଆନୁମାନିକ ମୂଲ୍ଯ ୦୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଏହି ଦୁଇ ଜଣ ଯୁବକ ବନ୍ତ ଛକ ଠାରେ ବ୍ରାଉନ ସୁଗାର ବିକିବା ପାଇଁ ସନ୍ଦେହ ଜନକ ଭାବେ ଛିଡା ହୋଇଥିବା ବେଳେ ତାଙ୍କୁ କାବୁ କରିଥିଲା ଅବକାରୀ ବିଭାଗ l

Spread the love