୭୦ ବର୍ଷୀୟ ବୃଦ୍ଧାଙ୍କୁ ଦୁଷ୍କର୍ମ ଉଦ୍ୟମ, ରାତିରେ ଖଟ ତଳେ ଲୁଚି ରହିଥିଲା ଅଭିଯୁକ୍ତ…

ସୋର, ୦୯|୦୬: ୭୦ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ ଉଦ୍ୟମ । ପ୍ରତିରୋଧ କରିବାରୁ ମାରଣାସ୍ତ୍ରରେ ଆକ୍ରମଣ କଲେ ଯୁବକ । ବୃଦ୍ଧା ଗୁରୁତର l ଏପରି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଆରୁହାବାଡ଼ ବଡ଼ମାଝୀସାହି ଗ୍ରାମରେ ।

ବଡମାଝୀସାହି ଗ୍ରାମରେ ବୃଦ୍ଧାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ବେଳେ ପ୍ରତିରୋଧ କରିବାରୁ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଛି । ବୃଦ୍ଧାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ବେଳେ ଗୁରୁତ୍ୱର ହୋଇ ପଡିବାରୁ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାକୁ ଆଣିଥିଲେ. I

ସୂଚନାନୁସାରେ, ଆରୁହାବାଡ଼ ମାଝୀସାହି ଗ୍ରାମର ନରେନ୍ଦ୍ର ମାଝୀଙ୍କ ସ୍ତ୍ରୀ ସରସ୍ବତୀ ଘରେ ଏକୁଟିଆ ରହୁଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତ୍ରରେ ଖାଇପିଇ ଶୋଇବାକୁ ଯାଉଥିଲେ । ଏହି ସମୟରେ ତାଙ୍କ ଘର ଖଟ ତଳେ ଜଣେ ଯୁବକ ପୂର୍ବରୁ ଲୁଚିରହିଥିଲା । ଶୋଇବାର କିଛି ସମୟ ପରେ ଯୁବକ ଜଣଙ୍କ ବୃଦ୍ଧାଙ୍କ ସହ ଜୋର ଜବରଦସ୍ତ କରୁଥିବା ବେଳେ ବୃଦ୍ଧା ଜଣଙ୍କ ପ୍ରତିରୋଧ କରିବାରୁ ଯୁବକ ଜଣଙ୍କ ତାଙ୍କୁ ଏକ ମାରଣାସ୍ତ୍ରରେ ମୁଣ୍ଡକୁ ଆକ୍ରମଣ କରିଥିଲା ।ବର୍ତମାନ ବୃଦ୍ଧାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତ୍ତର ଥିବା ବେଳେ ଘଟଣାସ୍ଥଳରେ ଗୋପାଳପୁର ଫାଣ୍ଡି ପୋଲିସ ପହଁଚି ଅଭିଯୁକ୍ତ ଯୁବକକୁ ଅଟକ ରଖିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Spread the love