ସବୁଜ ଭାରତ ପକ୍ଷରୁ ଏକ ବୃକ୍ଷ ରୋପଣ

ଭୁବନେଶ୍ୱର ୨7/୧୨ ଆଜି ସ୍ଵଚ୍ଛାସେବୀ ସଂଘଟନ ସବୁଜ ଭାରତ ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯକ୍ରମ ପୋଖରୀପୁଟ ପି. ଏଚ. ସି ହସ୍ପିଟାଲ ରେ ଆୟୋଜିତ ହୋଇଯାଇଅଛି। ଏହି କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ହରିଜନ ସେବକ ସଂଘ ର ରାଜ୍ଯ ସମ୍ପାଦକ ଆର୍ୟଭଟ ମହାନ୍ତି ଯୋଗ ଦେଇ ବିଭିନ୍ନ ଫୁଳଚାରା ରୋପଣ କରିବା ସହିତ ଗଛ ଲଗାଇବା ର ମହତ୍ଵ ବିଷୟରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ ପି. ଏଚ . ସି ର ଇନ୍ ଚାର୍ଜ ଡ ପୂର୍ଣ୍ଣଚନ୍ଦ୍ର ରଥ ଏବଂ ମତ ଯୋଗଦେଇ କହିଲେ କି ସବୁଜ ଭାରତ ଅନୁଷ୍ଠାନ ଓ ତାର କର୍ମକର୍ତ୍ତା ମାନେ ମୋର ବା ଓ ଡାହାଣ ହାତ ତାଙ୍କ ବିନା ମୁଁ ପାଦେ ଆଗକୁ ବୀ ପଢ଼ିପରିବିନି ।ସଭା ରେ ସଭାପତିତ୍ବ କରିଥିଲେ ସତ୍ୟ ବ୍ରତ ଜେନା, “ଆସ ପଢ଼ାଇବା” ର ଆବାହକ ପ୍ରତ୍ୟୟ ପ୍ରଶାନ୍ତ , ମୁକ୍ତେସ୍ୱର କଳାକାର ସଂଘ ର ସମ୍ପାଦକ ବୈକୁଣ୍ଠ ଭୋଇ। ଅତିଥି ମାନେ ଯୋଗ ଦେଇ ବୃକ୍ଷ ରୋପଣ ର ମହତ୍ଵ ବିଷୟରେ ଆଲୋଚନା କରିଥିଲେ।ଅନ୍ୟ ମାନ ଙ୍କ ଭିତରେ ଥିଲେ କବିତରାନି ମିଶ୍ର, ପ୍ରଫେସର ରମେଶ ଚନ୍ଦ୍ର ପାତାଳ ସିଂ, ପ୍ରଶାନ୍ତ ଭୋଇ, ପ୍ରଫେସର ରୂପାଲି ସାହୁ,ନୀଳମଣି ମିଶ୍ର, ବିଶ୍ଵ ଭୂଷଣ ହରିଚନ୍ଦନ।

Spread the love