ଇସ୍ତଫା ଦେଲେ ୟେଦିୟୁରପ୍ପା ; ଜାଣନ୍ତୁ କାହିଁକି

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ସେ ନିଜେ ଘୋଷଣା କରିଛନ୍ତି । ଏହାସହ ସେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କରିବେ ବୋଲି ଜଣାପଡିଛି । ନିକଟରେ ସେ ଘୋଷଣା କରିଥିଲେ ଯେ, ଜୁଲାଇ ୨୫ରେ ତାଙ୍କ ସରକାରର ଦୁଇ ବର୍ଷ ପୂରଣ ହେବା ପରେ ସେ ଦଳର ଶୀର୍ଷ ନେତୃତ୍ୱଙ୍କ ନିର୍ଦ୍ଦେଶ ପାଳନ କରିବେ । ଏବେ ଉତ୍ତରାଧିକାରୀ ଦୌଡରେ ରାଜ୍ୟ ସରକାରରେ କେନ୍ଦ୍ର କୋଇଲା, ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ଖଣି ମନ୍ତ୍ରୀ ତଥା ଶିଳ୍ପପତି ଏମ.ଆର ନିରାନୀଙ୍କ ନା ଚର୍ଚ୍ଚା ହେଉଛି ।

ତେବେ ଯୋଶୀ କହିଥିଲେ ଯେ, ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନି । କିନ୍ତୁ ନିରାନୀ କହିଥିଲେ ଯେ ଦଳ ତରଫରୁ ଯାହା ଆଦେଶ ମିଳିବ ତାହା ସେ ପାଳନ କରିବେ । ୨୦୦୪ ମସିହାରୁ ଧରୱାଡରୁ ସାଂସଦ ଥିବା ୫୮ ବର୍ଷୀୟ ଯୋଶୀ କହିଛନ୍ତି ଯେ ୟେଦିଙ୍କ ଉତ୍ତରାଧିକାରୀଙ୍କ ବିଷୟରେ କେହି ତାଙ୍କ ସହ କଥା ହୋଇନାହାଁନ୍ତି। କେବଳ ଗଣମାଧ୍ୟମ ହିଁ ଏ ପ୍ରସଙ୍ଗରେ ଆଲୋଚନା କରୁଛି । ତେଣୁ ଏହା ଉପରେ ମନ୍ତବ୍ୟ କରିବାର କୌଣସି ଆବଶ୍ୟକତା ନାହିଁ । ଯେତେବେଳେ ଯାହା ହେବ ତା ସମସ୍ତେ ଜାଣିପାରିବେ । ଏଥିସହ ସେ କହିଥିଲେ ଯେ ସିଏମ ପଦବୀ ସମ୍ପର୍କରେ କୌଣସି ନିଷ୍ପତ୍ତି ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ଦଳର ସଭାପତି ଜେପି ନଡ୍ଡାଙ୍କ ନେତୃତ୍ୱରେ ଗ୍ରହଣ କରାଯିବ ।

Spread the love