ସ୍ଵାଧୀନତା ଦିବସ ଉପଲକ୍ଷେ ବିଏସଏଫ ଯବାନଙ୍କ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ

ଲମତାପୁଟ ୧୦।୮: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ସରକାରୀ ଉଚ୍ଚ  ବିଦ୍ୟାଳୟ ପରିସରରେ ୬୫ ନମ୍ବର ବିଏସଏଫ ବାଟାଲିୟନ ତରଫରୁ ୭୫ତମ ସ୍ଵାଧୀନତା ଦିବସ ପାଳନ କରିବା ଅବସରରେ  ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ  ଆୟୋଜିତ ହୋଇଯାଇଛି ।  ଏଥିରେ ବିଏସଏଫ କମାଣ୍ଡାଣ୍ଟ, ଲମତାପୁଟ ବିଏସଏଫ କମ୍ପାନୀ  କମାଣ୍ଡାଣ୍ଟ ଏବଂ ବିଏସଏଫ  ଯବାନ ବ୍ୟବହାର କରୁଥିବା ଅସ୍ତ୍ରଶସ୍ତ୍ର  ପ୍ରଦର୍ଶନୀ କରିଥିଲେ ।  ବିଭନ୍ନ ସରକାରୀ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ଏହି ଅସ୍ତ୍ରଶସ୍ତ୍ର କିପରି ବ୍ୟବହାର କରାଯାଉଛି ଏବଂ ଦେଶ ସୁରକ୍ଷା ପାଇଁ ସୀମାରେ ପିସ୍ତଲ, ଏସଏମଜି, ଏକ୍ସ ୯୫ , ଏକେ ୪୭, ୟୁବିଜିଏଲ, ଇନସା ରାଇଫଲ, ଇନସା ଏଲଏମଜି, ସିଜିଆରଏଲ, ଏଏସଜି ଏବଂ ଏମଏମଜି ଭଳିଆ ଅସ୍ତ୍ରଶସ୍ତ୍ର ସବୁ ବ୍ୟବହାର କରାଯାଉଛି ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ ।   ଛାତ୍ରଛାତ୍ରୀ ଲଗାଣ ବର୍ଷା ସତ୍ତ୍ୱେ ବେଶ୍ ଆଗ୍ରହରେ ଏହିସବୁ ଅସ୍ତ୍ରଶସ୍ତ୍ର ବିଷୟରେ ଜାଣିଥିଲେ । ଦେଶର ସୁରକ୍ଷା ପାଇଁ  ଆଗେଇ ଆସିବାକୁ  ମନବଳାଇଥିବା ଦେଖିବାକୁ ମିଳିଛି ।

ବିଏସଏଫ କମାଣ୍ଡାଣ୍ଟ କହିଛନ୍ତି,  ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା ଦେଶର ଭବିଷ୍ୟତ ଏହି ଛାତ୍ରଛାତ୍ରୀ । ଦେଶ ସ୍ଵାଧୀନର ୭୫ ବର୍ଷରେ ମହିଳା ଏବଂ ପୁରୁଷ ମଧ୍ୟରେ କୌଣସି ଅନ୍ତର ନାହିଁ । ସୀମା ସୁରକ୍ଷାରେ ମହିଳାଙ୍କ ସଂଖ୍ୟା ବଢୁଛି । ତେଣୁ ଉପାନ୍ତ ଅଞ୍ଚଳରେ ଶିକ୍ଷା ଏବଂ ମହିଳାମାନେ କିପରି ନିଜ ସୁରକ୍ଷା ନିଜେ କରିବେ ଏବଂ ଦେଶ ସୁରକ୍ଷାର ଦାୟିତ୍ଵ ମଧ୍ୟ ଗ୍ରହଣ କରିବେ ଏହାର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ।

Spread the love