ପୁଣି ପାକ୍‌ ସୀମାରେ ଭୂତଳ ସୁଡ଼ଙ୍ଗ ଠାବ, ଗତ ୧୦ ଦିନ ମଧ୍ୟରେ ଏହା ଦ୍ବିତୀୟ

ସୀମା ସୁରକ୍ଷା ବଳ (ବିଏସଏଫ) ଶନିବାର (ଜାନୁଆରି ୨୩) ଜାମ୍ମୁ କାଶ୍ମୀରର କାଠୁଆ ଜିଲ୍ଲାରେ ଆଉ ଏକ ଭୂତଳ ସୁଡ଼ଙ୍ଗ ଚିହ୍ନଟ କରିଛି। ଏ ନେଇ ବିଏସ୍‌ଏଫ୍‌ର ମୁଖପାତ୍ର କହିଛନ୍ତି କି ଜମ୍ମୁ-କଶ୍ମୀର ଅଞ୍ଚଳରେ ସୁବିଧ‌ାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ କରାଇବାକୁ ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ ଏହି ଭୂତଳ ସୁଡଙ୍ଗ ନିର୍ମାଣ କରିଛି।

କାଠୁଆର ହୀରାନଗର ସେକ୍ଟରର ପାନ୍‌ସର୍‌ ଅଞ୍ଚଳରେ ସୁଡ଼ଙ୍ଗ ଖୋଜା ଅପରେସନ କାଳରେ ସୀମା ସୁରକ୍ଷା ବଳ ଦ୍ବ‌ାରା ଏହି ସୁଡ଼ଙ୍ଗ ଠାବ ହୋଇଥିବା ସୂଚନା ରହିଛି। ଏ ନେଇ ବିଏସ୍‌ଏଫ୍‌ ଏକ ପ୍ରେସ୍‌ ବିବୃତିରେ କହିଛି କି ‘ଆଜି ଭୋର୍‌ ସମୟ‌ରେ ଏକ ସ୍ବତନ୍ତ୍ର ଅପରେସନ କରି ଜମ୍ମୁ-କଶ୍ମୀରର ପନ୍‌ସର୍‌ ଅଞ୍ଚଳରେ ବିଏସ୍‌ଏଫ୍‌ ପୁଣି ଏକ ସୁଡ଼ଙ୍ଗ ଚିହ୍ନଟ କରିଛି। ସୁଡ଼ଙ୍ଗଟିର ଲମ୍ବ ପାଖାପାଖି ୧୫୦ ମିଟର ହୋଇଥିବା ବେଳେ ଏହା ୩୦ ଫୁଟ୍‌ ଗଭୀରର ଅଟେ। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଗତ ୧୦ ଦିନ ମଧ୍ୟରେ ହୀରାନଗର ସେକ୍ଟରରୁ ବିଏସ୍‌ଏଫ୍‌ ଦ୍ବାରା ଦୁଇଟି ଭୂତଳ ସୁଡ଼ଙ୍ଗ ଚିହ୍ନଟ ହୋଇ ସାରିଲାଣି। ବିଏସ୍‌ଏଏଫ୍‌ ପକ୍ଷରୁ ଜାରି ହୋଇଥିବା ବିବୃତିରେ ଆହୁରି ବି କୁହାଯାଇଛି ଯେ ୨୦୨୦ ମସିହା ଜୁନ୍‌ ମାସରେ ଏହି ଅଞ୍ଚଳରେ ବିଏସ୍‌ଏଫ୍‌ ଗୁଳି କରି ପାକିସ୍ତାନର ହେକ୍ସାକପ୍ଟରକୁ ଖସାଇ ଦେଇଥିଲା। ୨୦୧୯ ମସିହା ନଭେମ୍ବର ମାସରେ ବିଏସ୍‌ଏଫ୍‌ ଏହି ଅଞ୍ଚଳରେ ଅନୁପ୍ରବେଶକାରୀଙ୍କର ଅନୁପ୍ରବେଶକୁ ବି ପଣ୍ଡ କରିଥିଲା।

Spread the love