BSKY କାର୍ଡ ସହାୟତାରେ ହେଲା କର୍କଟ ରୋଗୀଙ୍କ ଅପରେସନ୍: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ପରିବାର ଲୋକେ

କଣ୍ଟାବାଞ୍ଜି: ସାହା ହେଲା ବିଏସକେୱାଇ ସ୍ମାର୍ଟ ହେଲଥ କାର୍ଡ । କାର୍ଡ ଦେଖାଇ ଚିକିତ୍ସା ସୁବିଧା ପାଇଛନ୍ତି କର୍କଟ ରୋଗୀ ଧନପତି ବେହେରା । ବଲାଙ୍ଗୀର ମୁରିବାହାଲ ବ୍ଲକ ଫଟାମୁଣ୍ଡା ଗାଁର ଧନପତି ବେହେରା କର୍କଟରେ ପୀଡ଼ିତ ହୋଇ ବିଶାଖାପାଟଣାରେ ଚିକିତ୍ସିତ ହେଉଛନ୍ତି । ତେବେ ସେଠାରେ ଅପରେସନ ପାଇଁ ଅର୍ଥାଭାବ ଦେଖା ଦେଇଥିଲା । ସମ୍ପର୍କୀୟ ଭାଇ ପଞ୍ଚୁ ବେହେରା ଡାକ୍ତରଖାନରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବିଷୟରେ ହସ୍ପିଟାଲ କର୍ତ୍ତୃପକ୍ଷ ସହ ଆଲୋଚନା କରିଥିଲେ ।

ଏହି କାର୍ଡ ମାଧ୍ୟମରେ ଅପରେସନ ବାବଦକୁ ୧ଲକ୍ଷ ୬୦ ହଜାର ଟଙ୍କା ସୁବିଧା ଉପଲବ୍ଧ କରାଯାଇଥିଲା । ଏଥିପାଇଁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ଧନପତିଙ୍କ ପରିବାର ଵର୍ଗ । ଓଡ଼ିଶାର ଅସହାୟ ଗରିବ ପରିବାର ଲୋକେ କିପରି ଚିକିତ୍ସାରୁ ବଞ୍ଚିତ ନ ହେବେ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଛନ୍ତି । ଗତ ୨୨ତାରିଖରେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଜିଲ୍ଲା ଗସ୍ତ କରି ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ । କାର୍ଡ ପାଇଲା ପରେ ଧନପତି ବେହେରା ଏହି ଯୋଜନାରୁ ଉପକୃତ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

Spread the love