ଜନ୍ମଦିନରେ ବିରୋଧୀଙ୍କ ଉପରେ ବର୍ଷିଲେ ମାୟାବତୀ

ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ମାୟାବତୀଙ୍କ ଆଜି ହେଉଛି ଜନ୍ମଦିନ । ତାଙ୍କ ଜନ୍ମଦିନରେ ସ୍ୱତନ୍ତ୍ର ଅତିଥି ଭାବେ ସମାଜବାଦୀ ପାର୍ଟି ତଥା  ଉତ୍ତରପ୍ରଦେଶରେ  ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେସ ଜାଦବ ପହଞ୍ଚିଛନ୍ତି ।  ମାୟାବତୀ ତାଙ୍କ  ଜନ୍ମଦିନରେ  ବିଜେପି ଏବଂ କଂଗ୍ରେସକୁ ସମାଲୋଚନା କରିଛନ୍ତି। ସେ ଆଜି ଉଭୟ ଏସ୍‌ପି ଏବଂ ବିଏସ୍‌ପି ଦଳର କର୍ମୀମାନଙ୍କୁ ଆହ୍ୱାନ କରି କହିଛନ୍ତି, ଭେଦଭାବ ଭୁଲି ସମସ୍ତେ ଏକାଠି କାମ କରନ୍ତୁ ମେଣ୍ଟର ବିଜୟ ହିଁ ତାଙ୍କ ପାଇଁ ଜନ୍ମଦିନର ଉପହାର ହେବ।

ତାଙ୍କ ଜନ୍ମ ଦିବସକୁ ଜନକଲ୍ୟାଣକାରୀ ଦିବସ ଭାବରେ ପାଳନ କରି ନିଷ୍ପେସିତଙ୍କୁ ସାହାଯ୍ୟ କରିବାକୁ ସେ ଦଳର କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ସେ କଂଗ୍ରେସ ଓ ବିଜେପିକୁ ସମାଲୋଚନା କରିବା ଅବସରରେ କହିଛନ୍ତି, ସଦ୍ୟ ୫ଟି ରାଜ୍ୟରେ ସରିଥିବା ବିଧାନସଭା ନିର୍ବାଚନରେ ବିଜେପିକୁ ଲୋକେ ଉଚିତ ଶିକ୍ଷା ଦେଇଛନ୍ତି। ସେହିପରି ୩ଟି ରାଜ୍ୟରେ କଂଗ୍ରେସମଧ୍ୟ ପ୍ରତିଶ୍ରୁତି ପୂରଣ ନକରିବାକୁ ମଧ୍ୟ ସେ ସମାଲୋଚନା କରିଛନ୍ତି।

Spread the love