ଏହି ବଜେଟ ଦେଶର ସମସ୍ତ ବର୍ଗଙ୍କ ଆଶା, ବିଶ୍ୱାସ ଓ ଆକାଂକ୍ଷା ପୂରା କରିବା ଭଳି ବଜେଟ :ବିଜେପି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କର ଦ୍ୱିତୀୟ ପାଳିର ପ୍ରଥମ ଆର୍ଥୀକ ବଜେଟ ଆମ ଦେଶର ଆର୍ଥୀକ ପ୍ରଗତିକୁ ଆଗେଇ ନେବା ଭଳି ଏକ କ୍ରାନ୍ତିକାରି ବଜେଟ । ସବୁ ବର୍ଗକୁ ସୁହାଇଲା ଭଳି ସଂସଦରେ ପ୍ରଥମ ମହିଳା ଅର୍ଥ ମନ୍ତ୍ରୀ ଭାବେ ନିର୍ମଳା ସିତାରମଣ ବଜେଟ ଆଗତ କରିଛନ୍ତି । ମୋଦିଜୀଙ୍କର ନୁଆ ଭାରତର ପରିକଳ୍ପନାକୁ ବାସ୍ତବତାରେ ପରିଣତ କରିବା ଦିଗରେ ଏହି ବଜେଟ ସଫଳ ହେବ ବୋଲି କହିଛନ୍ତି ବିଜେପି ଉପସଭାପତି ସମୀର ମହାନ୍ତି ।
ଏହି ବଜେଟରେ ଦେଶର ଚାଷ ଠାରୁ ଆରମ୍ଭ କରି ମହାକାଶ ଗବେଷଣା ପର୍ଯ୍ୟନ୍ତ, ଦେଶର ବିକାଶ ଓ ପ୍ରଗତି ଦିଗରେ
ଗୁରୁତ୍ୱ ବହନ କରୁଥିବା ସମସ୍ତ କ୍ଷେତ୍ର ପ୍ରତି ଧ୍ୟାନ ଦିଆଯାଇଛି । ଦେଶର ଯୁବ ବର୍ଗଙ୍କର ସ୍ପପ୍ନକୁ ପୁରଣ କରିବା ଦିଗରେ ଏହି
ବଜେଟ ଆଗାମି ଦିନରେ ଏକ ବଡ ଭୂମିକା ନେବାକୁ ଯାଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଥମ ପାଳିର ସରକାର ଦେଶର ଗରିବ, ବଂଚିତ, ଦଳିତ ଓ ପଛୁଆ ବର୍ଗର ଲୋକମାନଙ୍କର ସର୍ବନିମ୍ନ ମୌଳିକ ଆବଶ୍ୟକତାକୁ ପୁରଣ କରିଥିଲା । ୭୦ ବର୍ଷର କଂଗ୍ରେସ ସରକାର ଯାହା ୭୦ ବର୍ଷରେ କରିପାରିନଥିଲା ମୋଦିଜି ତାଙ୍କ ୫ ବର୍ଷରେ କରିପାରିଲେ । ପ୍ରତି ପରିବାରକୁ ପାଇଖାନା, ବିଜୁଳି, ରୋଷେଇ କରିବା ପାଇଁ ଗ୍ୟାସ, ମୁଣ୍ଡକୁ ଛାତ ଘର, ସାମାଜିକ ସୁରକ୍ଷା ପାଇଁ ପେନସନ, କୃଷକଙ୍କ ପାଇଁ ଭତା ଏସବୁ ଲୋକମାନଙ୍କ ପାଖରେ ପହଂଚାଇବା ମୋଦିଙ୍କ ସରକାରର ପ୍ରଥମ ପାଳିର ମୁଳ ଲକ୍ଷ୍ୟ ଥିଲା । ପ୍ରଥମ ପାଳିର ଥିଲା ଆବଶ୍ୟକତାର ୫ ବର୍ଷ । ଏବେ ଦ୍ୱିତିୟ ପାଳିର ୫ ବର୍ଷ ହେଉଛି ଆଙ୍କାକ୍ଷାର ୫ ବର୍ଷ । ଦେଶର ସବୁ ବର୍ଗର ଲୋକମାନଙ୍କ ଆଙ୍କାକ୍ଷାକୁ ପୁରଣ କରିବା ଦିଗରେ ଏ ସରକାର କାମ କରିବ । ଗତ କିଛି ବର୍ଷରେ ମହିଳାଙ୍କ ଆର୍ଥୀକ ସ୍ଥିତିରେ ଢେର ସୁଧାର ଆସିଛି । ମୁଦ୍ରା ଋଣ ମାଧ୍ୟମରେ ବେକାର ଯୁବକ ଯୁବତି ମାନଙ୍କର ଜୀବନ ବଦଳିଛି ।

ଚଳିତ ବଜେଟରେ ମହିଳାଙ୍କ ପାଇଁ ଏକ ଲକ୍ଷ ଯାଏଁ ମୁଦ୍ରା ଋଣ ଘୋଷଣା ବିତୀୟ ଶୃଙ୍ଖଳା ବଜାୟ ପାଇଁ ପ୍ରଧାନମନ୍ତ୍ରୀ ବଡ ପଦକ୍ଷେପ ନେଇଛନ୍ତି । ଭାରତର ଅର୍ଥବ୍ୟବସ୍ଥା ବିଶ୍ୱର ୬ଷ୍ଠ ବଡ ଅର୍ଥବ୍ୟବସ୍ଥା ହେବାକୁ ଯାଉଛି । ଭିତିଭୂମି ଉପରେ ଅଧିକ ଧ୍ୟାନ ଦିଆଯାଇଛି । ମେକ୍ ଇନ୍ ଇଣ୍ଡିଆରୁ ଦେଶର ଆର୍ଥୀକ ବ୍ୟବସାୟ ବଢିଛି । ନୁଆ ନୁଆ ଶିଳ୍ପ କାରଖାନା ପ୍ରତିଷ୍ଠା ହୋଇଛି । ଭାରତ ଏବେ ନିଯୁକ୍ତି ପ୍ରଦାନକାରୀ ଦେଶ ପାଲଟିଛି, ଡିଜିଟାଲ୍ ଇଣ୍ଡିଆକୁ ସବୁ କ୍ଷେତ୍ରରେ ପହଂଚାଇବା ପାଇଁ ଏହି ବଜେଟରେ ଧ୍ୟାନ ଦିଆଯାଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ମହିଳା ମାନଙ୍କର ସାମାଜିକ ଓ ଆର୍ଥୀକ ସୁରକ୍ଷା ଦିଗରେ କେନ୍ଦ୍ରରେ ବିଜେପି ସରକାର ଗତ ୫ ବର୍ଷରେ ଅନେକ ଯୁଗାନ୍ତକାରି ପଦକ୍ଷେପ ନେଇଛନ୍ତି ଓ ଚଳିତ ବଜେଟରେ ମଧ୍ୟ ଏହାକୁ ଆହୁରି ଅଧିକ ଧ୍ୟାନ ଦିଆଯାଇଛି । ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ମହିଳାଙ୍କ ଜୀବନରେ ଉନ୍ନତି ଆସିଛି । ମହିଳାଙ୍କୁ ସମ୍ମାନ ପାଇଁ ଘରେ ଘରେ ଶୌଚାଳୟ ତିଆରି ହୋଇଛି । ଚଳିତ ବଜେଟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟଙ୍କୁ ବ୍ୟାଙ୍କ ଲୋନର ବ୍ୟାପକ ସୁବିଧା ଦିଆଯିବାର ବ୍ୟବସ୍ଥା ହୋଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଆଗାମୀ ୫ ବର୍ଷରେ ଦେଶର ଅର୍ଥନୀତିକୁ ୫ ଟ୍ରିଲିୟନ୍ ଡଲାର ଅର୍ଥନୀତିରେ ପହଂଚାଇବା ପାଇଁ ରୋଡମ୍ୟାପ ପ୍ରସ୍ତୁତ
ହୋଇଛି । ଭାରତମାଳା ଯୋଜନାରେ ରାସ୍ତା ନିର୍ମାଣ, ସାଗରମାଳା ଯୋଜନାରେ ବନ୍ଦର ଉନ୍ନତି, ଜଳପଥରେ ବେପାର ବାଣିଜ୍ୟ ପାଇଁ ଭିତିଭୁମିର ବିକାଶ, ଉଡାଣ ଯୋଜନାରେ ସାଧାରଣ ଲୋକଙ୍କର ବିମାନଯାତ୍ରା ସୁବିଧା, ଦେଶରେ ମେଟ୍ରୋରେଳର ବିକାଶ, ଇଲେକ୍ଟ୍ରି, ବ୍ୟାଟେରୀ ଗାଡିକୁ ପ୍ରୋତ୍ସାହନ ପାଇଁ ବିଶେଷ ବ୍ୟବସ୍ଥା ଏହି ବଜେଟରେ ଦିଆଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ ୨୦୨୨ ସୁଦ୍ଧା ସମସ୍ତ ଘରେ ବିଜୁଳି ପହଂଚାଇବା ଲକ୍ଷ୍ୟ ପୁରଣ ହେବାକୁ ଯାଉଛି । ସେହିପରି ସମସ୍ତଙ୍କୁ ଗ୍ୟାସ୍ ଓ ପକ୍କାଘର ଯୋଗାଇବା ଦିଗରେ ଏହି ବଜେଟରେ ଅର୍ଥ ବ୍ୟବସ୍ଥା କରାଯାଇଛି । ଆଗାମି ୩
ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧.୯୫ କୋଟି ଘର ଯୋଗାଇ ଦିଆଯିବ ।

ସେହିପରି ପିଏମ୍ ଆବାସ ଯୋଜନା
ସହରିରେ ସହରାଂଚଳରେ ଆହୁରି ୮୧ ଲକ୍ଷ ପକ୍କା ଘର ନିର୍ମାଣ ନିର୍ମାଣ ଲକ୍ଷ୍ୟ ସରକାର ସ୍ଥିର କରିଛନ୍ତି । ମତ୍ସ୍ୟଜୀବୀଙ୍କ ପାଇଁ
ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନା ଆରମ୍ଭ ହେଉଛି ଯାହାର ଲାଭ ଓଡିଶାର ମସ୍ତ୍ର‌୍ୟ ଚାଷ ଉପରେ ନିର୍ଭର କରୁଥିବା ପରିବାର
ମାନେ ପାଇବେ ।

Spread the love