ପୋଷ୍ଟ ଅଫିସ୍‌ରେ ଜମା ଅଛି କି ଆପଣଙ୍କ ଟଙ୍କା, ଜାଣି ନିଅନ୍ତୁ କଣ ରହିଛି ଏହି ବଜେଟ୍‌ରେ

ନୂଆଦିଲ୍ଲୀ ୦୧।୦୨: ଆଜି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ଡାକଘରକୁ ନେଇ ମୋଦୀ ସରକାର ବଜେଟ୍‌ରେ ସ୍ଵତନ୍ତ୍ର ବ୍ୟବସ୍ଥା କରିଛନ୍ତି। ସମଗ୍ର ଦେଶରେ ଥିବା ୧.୫ ଲକ୍ଷରୁ ଅଧିକ ଡାକଘର ଅର୍ଥାତ ପୋଷ୍ଟ ଅଫିସ୍‌କୁ ବ୍ୟାଙ୍କିଂ ସେକ୍ଟରରେ ଯୋଡାଯିବ। ବ୍ୟାଙ୍କିଂ ସେକ୍ଟର ଏବଂ କରଦାତାଙ୍କ ପାଇଁ ମଧ୍ୟ ବଜେଟ୍‌ରେ ଅନେକ ବଡ ଘୋଷଣା କରାଯାଇଛି।

ଅର୍ଥ ମନ୍ତ୍ରୀ ସୀତାରମଣ କହିଛନ୍ତି, ଭାରତରେ ସମସ୍ତ ୧.୫ ଲକ୍ଷ ପୋଷ୍ଟ ଅଫିସକୁ ମୂଳ ବ୍ୟାଙ୍କିଂ ପ୍ରଣାଳୀରେ ଯୋଡାଯିବ। ଏହା ଦ୍ଵାରା ଗ୍ରାହକ ନିଜେ ଅନଲାଇନରେ ନିଜ ଖାତାର ସଞ୍ଚାଳନ କରି ପାରିବେ।  ପୋଷ୍ଟ ଅଫିସ୍ ଖାତା ତଥା ଅନ୍ୟ ବ୍ୟାଙ୍କରେ ଆର୍ଥିକ ନେଣଦେଣ କରିପାରିବେ। ନୂତନ ବ୍ୟବସ୍ଥାରେ ୧.୫ ଲକ୍ଷ ପୋଷ୍ଟ ଅଫିସ ମୌଳିକ ବ୍ୟାଙ୍କିଂ ପ୍ରଣାଳୀ ସହ ଯୋଡିହେବ। ଏଥିରେ ନେଟ୍  ବ୍ୟାଙ୍କିଂ, ମୋବାଇଲ ବ୍ୟାଙ୍କିଂ ଏଟିଏମ ଜରିଆରେ ଅର୍ଥ ନେଣଦେଣ କରାଯାଇ ପାରିବ। ପୋଷ୍ଟ ଅଫିସ୍ ଖାତା ଏବଂ ବ୍ୟାଙ୍କ ଖାତା ମଧ୍ୟରେ ଟଙ୍କାର ଆଦାନ ପ୍ରଦାନ କରାଯାଇ ପାରିବ।

ଅର୍ଥ ମନ୍ତ୍ରୀ କହିଛନ୍ତି, ୨୦୨୨ରେ ସମଗ୍ର ଦେଶରେ ପୂରା ୧୦୦ ପ୍ରତିଶତ ୧.୫ ଲକ୍ଷ ପୋଷ୍ଟ ଅଫିସ୍ ବ୍ୟାଙ୍କିଂ ସିଷ୍ଟମରେ ଯୋଡି ହୋଇଯିବେ। ଏଥିରେ ଗ୍ରାମାଞ୍ଚଳରେ ବିଶେଷ କରି କୃଷକ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ଆର୍ଥିକ ନେଣଦେଣରେ ବେଶ ସହାୟକ ହେବ। ବର୍ତ୍ତମାନ ପୋଷ୍ଟ ଅଫିସ୍ ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍ସ ବ୍ୟାଙ୍କ ଜରିଆରେ ସଞ୍ଚୟ ଖାତା ସେବା ଏବଂ ଡିପୋଜିଟ୍ ସଂପର୍କିତ ବ୍ୟାଙ୍କ ସେବା ପ୍ରଦାନ କରୁଛି।

Spread the love