ବିଧାନସଭାରେ ଉପସ୍ଥାପନ ହେଲା କାମଚଳା ବଜେଟ୍‌, ମୋଟ ବ୍ୟୟ ୧,୬,୪୯୭ କୋଟି

ଭୁବନେଶ୍ୱର, ୩୦/୦୩: ବିଧାନସଭାରେ ରାଜ୍ୟର କାମଚଳା ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ରାଜ୍ୟର ଅଭିବୃଦ୍ଧି ହାର ବୃଦ୍ଧି ସମ୍ଭାବନା ରହିଥିବା ସେ ଗୃହରେ ପ୍ରକାଶ କରିଛନ୍ତି । ୭.୮% ଦେଶର ଅଭିବୃଦ୍ଧି ହାର ରହିବା ଆକଳନ କରାଯାଇଥିବା ବେଳେ ଦେଶ ତୁଳନାରେ ଓଡ଼ିଶାର ଅଭିବୃଦ୍ଧି ହାର ବଢ଼ି ୯ରୁ ୯.୨% ରହିବା ନେଇ ଆକଳନ ହୋଇଥିବା ଅର୍ଥମନ୍ତ୍ରୀ କହିଛନ୍ତି । କାମଚଳା ବଜେଟ୍‌ର ମୋଟ ବ୍ୟୟ ୧ ଲକ୍ଷ ୬ହଜାର ୪୯୭ କୋଟି ଟଙ୍କା ରଖାଯାଇଛି ।

୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟର GSDP ଅଭିବୃଦ୍ଧି ୧୨ ପ୍ରତିଶତ ଅଧିକ ହେବା ନେଇ ସମ୍ଭାବନା ରହିଛି । ୨୦୦୫-୦୬ ପରଠାରୁ ରାଜ୍ୟ କ୍ରମାଗତ ରାଜସ୍ୱ ବଳକା ହସଲ କରୁଥିବା ମନ୍ତ୍ରୀ କହିଛନ୍ତି । ୨୦୨୨-୨୩ରେ ମୋଟ କାର୍ଯ୍ୟକ୍ରମ ବ୍ୟୟ ୧.୧୦ ଲକ୍ଷ କୋଟି ଆକଳନ କରାଯାଇଛି । ସରକାରୀ କ୍ଷେତ୍ର ପାଇଁ ମୋଟ ୧ ଲକ୍ଷ କୋଟି, ଅନ୍ୟାନ୍ୟ ପାଇଁ ୧୦ ହଜାର କୋଟି, ବିପର୍ଯ୍ୟୟ ମୁକାବିଲା ପାଇଁ ୩ ହଜାର ୨ ଶହ କୋଟି ବ୍ୟୟ ବରାଦ ପ୍ରସ୍ତାବ ଦିଆଯାଇଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ ନିମନ୍ତେ ୧୨ ହଜାର ୨ ଶହ କୋଟି ବ୍ୟୟବରାଦ ହୋଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହସ୍ପିଟାଲ୍‌କୁ ପୈଠ ପାଇଁ ୧୮୬୪ କୋଟି, ମିଶନ ଶକ୍ତିରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ୨ ହଜାର କୋଟି ବ୍ୟୟବରାଦ ହୋଇଛି । 

Spread the love