୧୮ରୁ ବିଧାନସଭା ବଜେଟ୍‌ ଅଧିବେଶନ

ଫେବ୍ରୁଆରୀ ୧୮ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ। ଏହି ଅଧିବେଶନ ଏପ୍ରିଲ ୯ ଯାଏ ଚାଲିବ। ଏଥିସହିତ ଫେବ୍ରୁଆରୀ ୨୨ ତାରିଖରେ ରାଜ୍ୟ ବଜେଟ ଉପସ୍ଥାପନ ହେବ ବୋଲି ସୂଚନା ରହିଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ।ଅଧିବେଶନର ପ୍ରଥମ ଦିନ ରାଜ୍ୟପାଳ ଅଭିଭାଷଣ ରଖିବେ। ମୋଟ ୩୧ ଦିନ ଚାଲିବ ଚଳିତ ଅଧିବେଶନ।

Spread the love