ମହାରାଷ୍ଟ୍ରରେ ଭୁଶୁଡିଲା କୋଠା, ୫ ମୃତ

ମହାରାଷ୍ଟ୍ର ୩୧/୧୦: ମହାରାଷ୍ଟ୍ରରେ ଭୁଶୁଡିଲା କୋଠା, ୫ ଜଣଙ୍କ ମୃତ୍ୟୁ । ଗତକାଲି ସନ୍ଧ୍ୟାରେ ଅମରାବତୀରେ ଏକ କୋଠା ଭୁଶୁଡି ପଡିଛି । ପ୍ରଭାତ ସିନେମା ଅଞ୍ଚଳରେ ଏକ କୋଠାଘର ଭୁଶୁଡ଼ି ପଡ଼ିବାରୁ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ ଏବଂ ଏସଡ଼ିଆରଏଫ ଟିମ୍ । ପ୍ରଭାତ ଟକିଜ୍ ଅଞ୍ଚଳରେ ଥିବା କୋଠାଟି ବହୁ ପୁରୁଣା ହୋଇଥିବାବେଳେ ଗତକାଲି ସନ୍ଧ୍ୟାରେ ହଠାତ୍ କୋଠାଟି ଭୁଶୁଡ଼ି ପଡ଼ିଥିଲା ।

Spread the love