ଜୀବନ୍ତ ଜଳିଗଲେ ଗୋଟିଏ ପରିବାରର ୭ ସଦସ୍ୟ

ନୂଆଦିଲ୍ଲୀ: ପଞ୍ଜାବର ଲୁଧିଆନାରେ ବଡ଼ ଧରଣର ଅଘଟଣ ଘଟିଛି । ରାତିରେ ଗୋଟିଏ ପରିବାର ଶୋଇଥିବା ବେଳେ ଅଗ୍ନିକାଣ୍ଡ ଘଟି ୭ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ ପରିବାର ସମସ୍ତ ସଦସ୍ୟ ରାତିରେ ଘରେ ଶୋଇଥିଲେ । ଶୋଇଥିବା ବେଳେ କୌଣସି କାରଣରୁ ଘରେ ନିଆଁ ଲାଗିଯାଇଥିଲା ।  ଫଳରେ ବାପା ମା’ଙ୍କ ସହିତ ୫ଜଣ ପିଲାଙ୍କ ମୃତ୍ୟୁ ହୋଇଛି । ମୃତ ପିଲାମାନଙ୍କ ମଧ୍ୟରେ ୪ଜଣ ଝିଅ ରହିଥିବା ବେଳେ ଜଣେ ପୁଅ ଥିବା ସୂଚନା ମିଳିଛି । ତେବେ ଏନେଇ ଖବର ପାଇବା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ସମସ୍ତ ମୃତଦେହକୁ ଉଦ୍ଧାର କରିଛି ।

Spread the love