ଗ୍ରୀନ ଜୋନରେ ଚାଲିବ ବସ

ବସ ମାଲିକ ଓ ଯାତ୍ରୀଙ୍କ ପାଇଁ ଖୁସି ଖବର। ଗ୍ରୀନ ଜୋ ନରେ ଚାଲିବ ବସ। ଧାର୍ଯ୍ୟ ସିଟ ରେ 50 ପ୍ରତିଶତ ଯାତ୍ରୀ ଯାଇପାରିବେ।  ଏନେଇ ନୂଆ ଗାଇଡ଼ ଲାଇନ ଜ।ରିକରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ।

ସୂଚନାଯୋଗ୍ୟ,କରୋନା ସଂକ୍ରମଣର ମୁକାବିଲା ପାଇଁ ସାରା ବିଶ୍ୱ ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛି । ଭାରତରେ ସ୍ଥିତି ନିୟନ୍ତ୍ରଣରେ ଥିଲେ ମଧ୍ୟ ବିପଦରେ ଅଛି । କରୋନା ବିରୋଧରେ ଘମାଘୋଟ ଯୁଦ୍ଧର ମାସ ଏହି ମେ ମାସ ବୋଲି ଆଜି ଓଡ଼ିଶା ସରକାରଙ୍କ କୋଭିଡ୍ ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଥିଲେ ।
ରେଡ୍ ଜୋନ୍ ରେ ପୂର୍ବପରି କଡ଼ା କଟକଣା ବଳବତ୍ତର ରହୁଥିବା ବେଳେ ଗ୍ରୀନ୍ ଓ ଅରେଞ୍ଜ ଜୋନ୍ ରେ କଟକଣା କୋହଳ ନେଇ ଗୃହ ବିଭାଗ ନୂଆ ଗାଇଡଲାଇନ୍ ଜାରି କରିଛି । ତେବେ ବିମାନ, ରେଳ, ସ୍କୁଲ, କଲେଜ, କୋଚିଂ ସେଣ୍ଟର, ହୋଟେଲ, ରେଷ୍ଟୁରାଣ୍ଟ, ସିନେମା ହଲ୍, ଜିମ୍, ମଲ୍, ସେଲୁନ୍, ସ୍ପା ବନ୍ଦ ରହିବ ଏବଂ ଧର୍ମାନୁଷ୍ଠାନକୁ ସାଧାରଣ ଲୋକଙ୍କ ପ୍ରବେଶ କଟକଣା ଜାରି ରହିବ ।

Spread the love