ହୁତୁହୁତୁ ହୋଇ ଜଳିଗଲା ସରକାରୀ ବସ୍‌, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କୋରାପୁଟ, ୨୬/୧୨: ଓଏସ୍‌ଆର୍‌ଟିସି ବସ୍‌ରେ ନିଆଁ । ରାୟଗଡ଼ା ଠାରୁ ନାରାୟଣପାଟଣା ଯାଉଥିବା ସରକାରୀ ଯାତ୍ରୀବାହୀ ବସରେ ନିଆଁ ଲାଗି ଜଳି ଯାଇଥିବା ଜଣାପଡ଼ିଛି । ଦଣ୍ଡାବାଡି ସ୍କୁଲ ନିକଟରେ ଆକସ୍ମିକ ଭାବେ ନିଆଁ ଲାଗି ବସ୍‌ଟି ହୁତୁହୁତୁ ହୋଇ ଜଳିଯାଇଛି । ବସର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି। ନାରାୟଣପାଟଣା ଓ ବନ୍ଧୁଗାଁ ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି ।

Spread the love