ଘରୋଇ ବସ୍‌ ସଂଘର ଚେତାବନୀ, ଦାବି ପୂରଣ ନେହେଲେ ଜୁନ୍‌ ୩୦ ରାତିରୁ ଗଡ଼ିବନି ବସ୍‌

ଭୁବନେଶ୍ୱର, ୧୧।୦୬: ଜୁନ ୩୦ ରାତି ପରେ ରାଜ୍ୟରେ ଗଡିବନି ଘରୋଇ ବସ । ୯ ଦଫା ଦାବି ପୂରଣ  ନେହେଲେ ରାଜ୍ୟର ସମସ୍ତ  ଘରୋଇ  ବସ ଚଳାଚଳ  ବନ୍ଦ ରଖିବାକୁ ନିଷ୍ପତି ନେଇଛି ରାଜ୍ୟ ଘରୋଇ  ବସ  ମାଲିକ ସଙ୍ଘ । ରାଜ୍ୟ ବସ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସରକାରଙ୍କ ନିକଟରେ ୯ ଦଫା ଦାବି ଜଣାଇଛି ସଂଘ ।

ବସ ପରମିଟକୁ ତୃତୀୟ ପକ୍ଷକୁ ହସ୍ତାନ୍ତର, ବସ ବଡ଼ିକୋଡ଼ ଆଇନ, ବସ ଗୁଡିକରେ ଫିଟନେସ ଅବଧୀ ବଲବତ୍ତର ଥିବା ସତ୍ୱେ ସ୍ଥାୟୀ ପରମିଟ ଦିଆଯାଉନାହିଁ । ଡିଜିଟାଲ ନମ୍ବର ପ୍ଲେଟକୁ ବିରୋଧ ଭଳି ଦାବି ଜଣାଇଛନ୍ତି । ତେଣୁ ଏହି ଦାବି ଯଦି ନ ପୂରଣ ହୁଏ ତେବେ ଆସନ୍ତା ଜୁନ ୩୦ ରାତି ପରେ ସମସ୍ତ ବସ  ଚଳାଚଳ ବନ୍ଦ ରହିବାକୁ  ସାମ୍ବାଦିକ ସମ୍ମିଳନୀରେ ସୂଚନା  ଦେଇଛନ୍ତି ରାଜ୍ୟ ଘୋରଇ ବସ  ମାଲିକ ସଙ୍ଘ ।

Spread the love